ଲକଡାଉନରେ ମାଇଗ୍ରେଟ ୱାର୍କର୍ସଙ୍କ ସମସ୍ୟା କଥା କହୁଛି ‘ଭିଡ’ ପଳାୟନର ଦୃଶ୍ୟ ଦେଖିଲେ ଥରି ଉଠିବ ଛାତି

ମୁମ୍ବାଇ: କୋଭିଡ ୧୯ ମହାମାରୀର ଖରାପ ସମୟ ଉପରେ ପର୍ଯ୍ୟବେଶିତ ହୋଇଛି ଅପକମିଂ ଫିଲ୍ମ ‘ଭିଡ’ । ଏବେ ଏହାର ଟ୍ରେଲର ରିଲିଜ ହୋଇଛି । ଶୁକ୍ରବାର ଟି-ସିରିଜ ତା’ର ୟୁଟ୍ୟୁବ ଚ୍ୟାଲେରେ ୨ମିନିଟରୁ ଅଧିକ ସମୟର ଲମ୍ବା ଭିଡିଓ ପୋଷ୍ଟ କରିଛି । ଟ୍ରେଲରରେ ୨୦୨୦ରେ ଲଗାଯାଇଥିବା ପ୍ରଥମ ଲକଡାଉନରେ ମାଇଗ୍ରେଟ ୱାର୍କର୍ସଙ୍କ ଉପରେ ପଡିଥିବା ପ୍ରଭାବକୁ ହାଇଲାଇଟ କରାଯାଇଛି ।
ଟ୍ରେଲରର ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ଆନାଉନସମେଣ୍ଟରୁ ହେଉଛି, ଆଜି ରାତି ୧୨ଟାରୁ ପୂରା ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ହେବାକୁ ଯାଉଛି । ଏହାପରେ ଶହ ଶହ ପ୍ରବାସି ଶ୍ରମିକ ହଡବଡେଇ ଯାଇ ନିଜ ନିଜ ଘରକୁ ଫେରିଯିବାକୁ ବାହାରି ପଡିଛନ୍ତି । ଟ୍ରେଲରରେ ଦେଖାଯାଇଛି ଏହି ସମୟରେ ମାଇଗ୍ରେଟ ୱାର୍କର୍ସ ମାନେ କିକି ଅସୁବିଧାର ସମ୍ମଖିନ ହୋଇଛନ୍ତି । ରାସ୍ତା କଡରେ ବସିଥିବା ଶ୍ରମିକ ମାଡ ଖାଉଛନ୍ତି, ସେମାନଙ୍କ ଉପରେ କିଟାଣୁନାଶକ ସ୍ପ୍ରେ କରାଯାଉଛି । ଫିଲ୍ମରେ ରାଜକୁମାର ରାଓ ଜଣେ ସଚ୍ଚୋଟ ପୋଲିସ ଅଫିସରର କ୍ୟାରେକ୍ଟରରେ ନଜର ଆସୁଛନ୍ତି । ସେ କହୁଛନ୍ତି, ନ୍ୟାୟ ସବୁବେଳେ ଶକ୍ତିଶାଳୀ ଲୋକଙ୍କ ହାତରେ ରହିଥାଏ । ଯଦି ଶକ୍ତିହୀନମାନେ ନ୍ୟାୟ କରିଥାଆନ୍ତେ, ତେବେ ନ୍ୟାୟ ଅଲଗା ହୋଇଥାଆନ୍ତା । ଟ୍ରେଲର ଯେମିତି ଆଗକୁ ବଢିଲା ଠିକ୍ ସେମିତି ସେ ଗରିବଙ୍କ ପାଇଁ ଲଢୁଥିବା ନଜର ଆସିଛି । କ୍ଲିପରେ ଦିଆ ମିର୍ଜାଙ୍କୁ ପିଲାଙ୍କ ସହ ଫୋନରେ କଥା ହୋଇ କାନ୍ଦୁଥିବା ଦେଖାଯାଇଛି ।
ଫିଲ୍ମ ‘ଭିଡ’ ସେହି ଅନ୍ଧାର ଲକଡାଉନ ଫେଜର ଡକ୍ୟୁମେଣ୍ଟ କରୁଛି ଯେତେବେଳେ କରୋନା ଭାଇରସ ବ୍ୟାପିବା ଭୟରେ ରାଜ୍ୟର ସୀମାକୁ ସିଲ କରି ଦିଆଯାଇଥିଲା । ଏଥିରେ ଦୃଶ୍ୟାୟନ କରାଯାଇଛି କେମିତି ହଜାର ହଜାର ଲୋକ ଘରଠାରୁ ଦୂରରେ ଫସି ରହିଛନ୍ତି । ଅନୁଭବ ସିହ୍ନାଙ୍କ ଦ୍ୱାରା ନିଦ୍ଦେଶିତ ’ଭିଡ’ ମାର୍ଚ୍ଚ ୨୪ରେ ରିଲିଜ ହେବ । ଲକ୍ଷ୍ନୌରେ ଏହାର ଅଧିକାଂଶ ଭାଗ ଶୁଟିଂ କରାଯାଇଛି । ଏହାକୁ ଅନୁଭବ ସିହ୍ନା ଓ ଭୁଷଣ କୁମାରଙ୍କ ଦ୍ୱାରା କମ୍ବାଇଣ୍ଡ ଭାବେ ନିର୍ମାଣ କରାଯାଇଛି । ‘ଭିଡ’ରେ ବିରେନ୍ଦ୍ର ସାକ୍ସେନା, ଆଦିତ୍ୟ ଶ୍ରୀବାସ୍ତବ ଓ କରଣ ପଣ୍ଡିତ ବି ଗୁରୁତ୍ୱପୂର୍ଣ୍ଣ ରୋଲରେ ନଜର ଆସିବେ ।

Share