ବକ୍ସ ଅଫିସରେ ସୁପରହିଟ୍‌ ‘ଭୀମଲା ନାୟକ’: ଆୟ କଲାଣି…

ତେଲୁଗୁ ଫିଲ୍ମ‘ଭୀମଲା ନାୟକ’ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମଟି ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କରିଛି ।
ଅଭିନେତା ପୱନ କଲ୍ୟାଣ ଏବଂ ରାଣା ଦଗୁବତୀଙ୍କ ଏହି ଫିଲ୍ମ ରିଲିଜ ହେବା ମାତ୍ରେ ଏହାକୁ ଅନେକ ପ୍ରଶଂସା ମିଳିଛି। ଏହି ଚଳଚ୍ଚିତ୍ରଟି ଫେବୃଆରୀ ୨୫ରେ ସିନେମାଘରେ ମୁକ୍ତିଲାଭ କରିଥିଲା। ଏହାର ଆୟକୁ ଦେଖି ଦର୍ଶକଙ୍କ ପ୍ରଶଂସା ବିଷୟରେ ଭଲରେ ଜଣାପଡ଼ୁଛି।
ଆନ୍ଧ୍ରପ୍ରଦେଶ ବକ୍ସ ଅଫିସ ଅନୁଯାୟୀ ‘ଭୀମଲା ନାୟକ’ ଏହାର ପ୍ରଥମ ସପ୍ତାହ ଶେଷରେ ୧୦୦ କୋଟି ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହ ଶେଷରେ ମୋଟ ୧୧୦ କୋଟି ଆୟ କରିଛି । ଏହି ସଂଗ୍ରହରେ କେବଳ ତେଲୁଗୁ ରାଜ୍ୟରୁ ଫିଲ୍ମ ୭୬.୫ ଆୟ କରିଥିବା ବେଳେ କର୍ନାଟକରେ ୧୦.୬ କୋଟି, ଆମେରିକାର ବଜାରରୁ ୧୫୪ କୋଟି ଆୟ କରିଛି। ଭୀମଲା ନାୟକ ହେଉଛି ମାଲାୟାଲମ ଚଳଚ୍ଚିତ୍ର ‘ଟି’ର ଅଫିସିଆଲ ରିମେକ୍‌, ଯାହା ଜଣେ ରାଜନେତା ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ କଳହକୁ ଦେଖାଇଛି । ଏହି ଚଳଚ୍ଚିତ୍ରରେ ରାଣା ରାଜନେତା ଡାନିଏଲ ଶେଖରଙ୍କ ଭୂମିକାରେ ଅଛନ୍ତି ଏବଂ ପୱନ କଲ୍ୟାଣ ଏସ୍‌ଆଇ ଭୀମଲା ନାୟକଙ୍କ ଭୂମିକାରେ ନଜର ଆସିଛନ୍ତି।

Share