Advertisement
Categories: ଜାତୀୟ

ରେସଲରଙ୍କ ସମର୍ଥନରେ ବାହାରିଲେ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ,୩୦।୪: ଭିମ ଆର୍ମି ଚିଫ ଚନ୍ଦ୍ରଶେଖର ଆଜାଦ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନେଇ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି।

ଭିମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର କହିଛନ୍ତି, ଏଠାରେ ମୋତେ ହରିୟାଣାର ଅଧିକାଂଶ ଲୋକେ ନଜର ଆସୁଛନ୍ତି। ଆମର ନେତାମାନେ ବି ଅଛନ୍ତି। ଏମିତି ଦିନ ଥିଲା ଯେତେବେଳେ ହରିୟାଣାରେ ଝିଅଙ୍କ ପାଇଁ ଏତେ ଅବସର ନ ଥିଲା। ଆଜିର ହରିୟାଣା ଝିଅଙ୍କ ପରିଚୟରେ ପରିଚିତ ହେଉଛି। ମୁଁ ଦେଖିଛି ଅଲିମ୍ପିକରେ ଝିଅମାନେ ମେଡାଲ ନେଇ ଆସିଛନ୍ତି। ସମସ୍ତ ପୁରୁଷ ଦୁର୍ବଳ ହୋଇଯାଇଥିଲେ, ସେତେବେଳେ ଆମେ ଖୁସି ହୋଇଥିଲେ ଆଉ ଆମେ ତାଳି ମାରିଥିଲେ, ଆମେ ସେଲ୍ଫି ପାଇଁ ବୁଲୁଥିଲୁ।
ମୋଦିଙ୍କୁ ଟାର୍ଗେଟ କରି ଚନ୍ଦ୍ରଶେଖର କହିଛନ୍ତି, ଏହି ଦେଶରେ ଏତେ ମଜଭୁତ ପ୍ରଧାନମନ୍ତ୍ରୀ ଅଛନ୍ତି, ଯେକି ଯେଉଁ ଟିମ ହାରୁଥିଲା ତାଙ୍କୁ ଫୋନ କରୁଥିଲେ। ସେ କହିଛନ୍ତି, ଆପଣ ବିଚଳିତ ହୁଅନ୍ତୁ ନାହିଁ। ହେଲେ ଜଣାନାହିଁ କିଛି ଦିନ ହେବ ପରିସ୍ଥିତି ବଦଳି ଯାଇଛି। ହେଲେ ଆଜି ସେହି ଝିଅମାନେ ତାଙ୍କଠାରୁ କିଛି ଗଜ ଦୂରରେ ବସିଛନ୍ତି। ଆଜି ସେମାନଙ୍କ କଥା ପହଞ୍ଚିପାରୁ ନାହିଁ। କିଛିଦିନ ହେବ ବହୁତକିଛି ପରିବର୍ତ୍ତନ ହୋଇଯାଇଛି। ଏହାକୁ ଭଲଭାବେ ଆପଣ ଚିନ୍ତା କରନ୍ତୁ, ଏହା ଏବେକାର ଲଢେଇ ନୁହେଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share