Categories: ଜାତୀୟ

ଭୀମ ସେନା ମୁଖ୍ୟ ସତପାଲ ତନୱାର ଗିରଫ

ଗୁରୁଗ୍ରାମ,୧୭।୬: ପୂର୍ବତନ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କୁ ଧମକ ଦେଇ ଭୀମ ସେନା ମୁଖ୍ୟ ନବାବ ସତପାଲ ତନୱାର ଗିରଫ ହୋଇଛନ୍ତି। ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରୁ ତନଓ୍ବାର୍‌ଙ୍କୁ ପୋଲିସ ଗିରଫ କରିଛି। ତନଓ୍ବାର ଅତୀତରେ ଘୋଷଣା କରିଥିଲେ ଯେ, ଯିଏ ନୁପୁରଙ୍କ ଜିଭ କାଟିବ, ତାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ। ଏନେଇ କାନପୁରରେ ସତ୍ୟପାଲ ତନୱାରଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।

Share