Categories: ଜାତୀୟ

ଭିମା କୋରେଗାଓଁ ମାମଲା: ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟ ୨୦୧୮ରେ ଭିମା କୋରୋଗାଓଁ ହିଂସା ସହ ଜଡିତ ଏଲ୍ଗାର ପରିଷଦ ମାମଲାରେ ଅଭିଯୁକ୍ତ ବର୍ନୋନ ଗ୍ୟାସଲିଭସ ଓ ଅରୁଣ ଫେରେରାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଅଭିଯୋଗ ଗୁରୁତର, ହେଲେ ଏମାନେ ୫ ବର୍ଷ ହେବ ଜେଲରେ ରହିଛନ୍ତି।

ଏଭଳି ପରିସ୍ଥିତିରେ ଜାମିନର ସର୍ତ୍ତ ସ୍ବତନ୍ତ୍ର କୋର୍ଟଙ୍କ ଦ୍ୱାରା ସ୍ଥିର କରାଯିବ। ତଥାପି, ସେମାନଙ୍କ ପାସପୋର୍ଟଗୁଡ଼ିକ ଜବରଦଖଲ ରହିବ ଏବଂ ଉଭୟ ଏନଆଇଏ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିବେ। ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (ୟୁଏପିଏ) ଅନୁଯାୟୀ ଗ୍ୟାସଲିଭସ ଏବଂ ଫେରେରାଙ୍କୁ ବୁକ କରାଯାଇଛି।

Share