ଅଭିନୟ କରୁ କରୁ ସତସତିକା ପ୍ରେମରେ!

ବମ୍ବେ: ଦୀର୍ଘ ୧୩ ବର୍ଷ ଧରି ପ୍ରସାରିତ ହୋଇ ଆସୁଛି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’। ଏଯାବତ ଏହି ଲୋକପ୍ରିୟ ଶୋ’୩୭୦୦ରୁ ଅଧିକ ଏପିସୋଡ ପ୍ରସାରିତ ହୋଇ ସାରିଲାଣି। ଏପରିସ୍ଥଳେ ନୂଆ ନୂଆ ଏଣ୍ଟ୍ରି ସାଙ୍ଗକୁ ଆଗାଉଥିବା କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। ଏବେ ପ୍ରଣାଳୀ ରାଠୋରଙ୍କ ସହ ହର୍ଷଦ ଚୋପ୍ରା ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି। ଉଭୟଙ୍କ ଯୋଡ଼ିଙ୍କୁ ବେଶ ପସନ୍ଦ କରାଯାଉଛି। ଏସବୁ ମଧ୍ୟରେ ହର୍ଷଦ ପ୍ରଣାଳୀଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଛନ୍ତି ଦୁହେଁ। ଶୁଟିଂସେଟ୍‌ରେ ଏକାଠି ଉଠାବସା ସହ ଡେଟ୍‌ରେ ଯାଉଥିବା ମଧ୍ୟ ନଜର ଆସୁଛି। ଯଦି ଏପରି ଚାଲେ ତେବେ ଦୁହେଁ ଖୁବ୍‌ଶୀଘ୍ର ଏନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

Share