ବଲାଙ୍ଗୀର ଅଫିସ,୨୯।୬: ଗତ ଏପ୍ରିଲ ୨୨ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ପ୍ରଥମ ଛାତ୍ର ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହା ଏକ ର଼୍ୟାଗିଂ ଜନିତ ହତ୍ୟା ଷଡଯନ୍ତ୍ର ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏସଂକ୍ରାନ୍ତରେ ପରିବାର ଲୋକେ ଏନ୍ଏଚଆରସିରେ ଅଭିଯୋଗ କରିଥିଲେ । ଏନଏଚ୍ଆରସିର ତିନିଜଣିଆ ଟିମ ବୁଧବାର ବଲାଙ୍ଗୀରରେ ପହଞ୍ଚି ଭୀମଭୋଇ ମେଡିକାଲ କଲେଜକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଯେଉଁ ହଷ୍ଟେଲ ଛାତରୁ ନିଶାନ୍ତ ଖସି ପଡିଥିଲେ ସେଠାକୁ ଯାଇ ତଦନ୍ତ କରିଛନ୍ତି । ଛାତ୍ର ମାନଙ୍କୁ ପଚରାଉଚରା କରିଛନ୍ତି ।
Posted inଆମ ଜିଲା ଖବର, ବଲାଙ୍ଗୀର