କେନ୍ଦ୍ରାପଡ଼ା ଅଫିସ,୨୯ା୧୨: ଜାନୁୟାରୀ ୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି। କୁମ୍ଭୀର ଗଣନା ପାଇଁ ଭିତରକନିକା ଜାନୁୟାରୀ ୪ରୁ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ। ପର୍ଯ୍ୟଟକମାନେ ଏହି ସମୟ ଭିତରେ ଭିତରକନିକା ନ ଆସିବା ପାଇଁ ଅନୁରୋଧ କରାଯାଇଛି।