ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ରାତ୍ରି ରହଣିକୁ ନାହିଁ ଅନୁମତି

କେନ୍ଦ୍ରାପଡ଼ା ଅଫିସ, ୫।୮: ଭିତରକନିକା ଜାତୀୟ ଉଦ୍ୟାନ ଦୀର୍ଘ ତିନି ମାସ ଧରି ବନ୍ଦ ରହିଥିଲା। ଏହା ଗୁରୁବାର ଖୋଲିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ମେ ୧ ତାରିଖରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ଅଗଷ୍ଟ ଗାଇଡଲାଇନ୍‌ ଆସିବା ପରେ ବନବିଭାଗ ତରଫରୁ ଆଜି ଭିତରକନିକା ଖୋଲାଯାଇଛି। ପର୍ଯ୍ୟଟକ ମାନେ ଦିନ ବେଳା ଭିତରକନିକା ବୁଲିପାରିବେ। ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିନି । ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।