ଅପେକ୍ଷାରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତା

କେନ୍ଦ୍ରାପଡ଼ା, ୧୯ା୯ (ଜଗନ୍ନାଥ ଧଳ): ସାଉଦି ଆରବ ବିଶ୍ୱ ଐତିହ୍ୟ କମିଟିର ୪୫ତମ ବୈଠକରେ ପଶ୍ଚିମବଙ୍ଗର ଶାନ୍ତି ନିକେତନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିବା ସୂଚନା ମିଳିଛି। ଏହାପୂର୍ବରୁ ପ୍ରାକୃତିକ ବିବିଧତା ଭରା ଜାତୀୟ ଉଦ୍ୟାନ ଭିତରକନିକାକୁ ଏହି ତାଲିକାରେ ସ୍ଥାନ ପାଇଁ ଉଦ୍ୟମ ହୋଇଥିଲା। ତେବେ ହେନ୍ତାଳବଣର ପରିଚାଳନାଗତ ତ୍ରୁଟି ପାଇଁ ଏହା ସମ୍ଭବ ହୋଇନାହିଁ। ଏ ସମ୍ପର୍କରେ ଜନ ଅଧିକାର ମଞ୍ଚ ସଭାପତି ଭୁବନମୋହନ ଜେନା କହିଛନ୍ତି, ମହାନଦୀ, ବାହ୍ମଣୀ ଓ ବୈତରଣୀ ଅବବାହିକାରେ ଥିବା ଭିତରକନିକାର ଜୈବ ବିବିଧତା ବିଶ୍ୱ ପ୍ରସିଦ୍ଧ। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳୀ, ବହୁଳ ଲୁଣା କୁମ୍ଭୀର, ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର, ହେନ୍ତାଳବଣ ଆଦି ଗବେଷକଙ୍କ ପାଇଁ ଏହି ଆର୍ଦ୍ରଭୂମି ଗବେଷଣାଗାର ହୋଇଛି। ଏହା ବ୍ୟତୀତ ଏହି ବନାଞ୍ଚଳକୁ ୧୯୭୫ରେ ସଂରକ୍ଷିତ କରାଯାଇଥିବା ବେଳେ ୧୯୯୮ରେ ଜାତୀୟ ଉଦ୍ୟାନ ଓ ୨୦୦୨ରେ ଅନ୍ତର୍ଜାତୀୟ ମାନ୍ୟତା (ରାମସାର ସାଇଟ) ମିଳିଛି। ଏହାସତ୍ତ୍ୱେ ପରିଚାଳନାଗତ ତ୍ରୁଟି ପାଇଁ ୨୦୧୭ରେ ବିଶ୍ୱ ଐତିହ୍ୟ ତାଲିକାରୁ ବଞ୍ଚତ୍ତ ହୋଇଛି। ଏପରିକି ଏହି ମାନ୍ୟତା ପାଇଁ ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ୪୦ତମ ବୈଠକରେ ବିଭିନ୍ନ କାରଣ ଦର୍ଶାଇ ସମାଲୋଚନାର ଶିକାର ହୋଇଛି। ସେହିପରି ୨୦୧୯ରେ ଜାତୀୟ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ଭିତରକନିକା ସାମିଲ ହୋଇପାରିନାହିଁ। ଏହାର କାରଣ ଖୋଜି ସମସ୍ୟାର ସମାଧାନ ହେବା କଥା। ତେବେ ଏ ନେଇ ପ୍ରଶାସନ ଅଥବା ରାଜ୍ୟ ସରକାର ତପତ୍ରତା ଦେଖାଉ ନ ଥିବାରୁ ଜାତୀୟ ଉଦ୍ୟାନ ମାନ୍ୟତା ଏବେ ସଙ୍କଟରେ ବୋଲି ସେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ କହିଛନ୍ତି, ଭିତରକନିକାର ଆତ୍ମା ହେଉଛି ହେନ୍ତାଳବଣ। ଏହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମୁଦ୍ରର ପ୍ରାଚୀର ଭାବେ କେବଳ କାର୍ଯ୍ୟ କରୁନାହିଁ, ବରଂ ପଶୁପକ୍ଷୀ, ବନ୍ୟଜନ୍ତୁ, ସାମୁଦ୍ରିକ ପ୍ରାଣୀର ଅନ୍ତୁଡିଶାଳ ପାଲଟିଛି। ତେବେ ଏହାର ପରିଚାଳନାରେ ତ୍ରୁଟି ରହିଥିବା ୨୦୧୭ରେ ୟୁନାଇଟେଡ୍‌ ନେସନ୍ସ ଏଡୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲ୍‌ଚରାଲ ଅର୍ଗାନାଇଜେଶନ (ୟୁନେସ୍କୋ) ପକ୍ଷରୁ ଆୟୋଜିତ ଆଇୟୁସିଏନ୍‌ ବୈଠକରେ ଦର୍ଶାଯାଇଛି। ୨୦୧୬ ନଭେମ୍ବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ଆଇୟୁସିଏନ୍‌ର ବିଶେଷଜ୍ଞ ନାଓମି ଡକ୍‌ ଓ ରାମ୍‌କୋ ଭନ୍‌ ମେରୋନ ଭିତରକନିକା ଅଞ୍ଚଳ ଗସ୍ତକରି ଏହାର ପରିବେଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ଷ୍ଟାଟସ ଆଣ୍ଡ ଡିଷ୍ଟ୍ରିବୁଶନ ଅଫ୍‌ ମ୍ୟାନ୍‌ଗ୍ରୁଭ ଫରେଷ୍ଟ, ଗ୍ଲୋବାଲ ଇକୋଲୋଜି ଆଣ୍ଡ ବାଇଓଲୋଜି (୨୦୧୧), ସ୍ପାଟିଆଲ ଆନାଲିସସ୍‌ ଅଫ୍‌ ଆନ୍ଥ୍ରୋପୋଜେନିକ ଡିଷ୍ଟ୍ରଭାନସ ଅଫ୍‌ ମ୍ୟାନଗ୍ରୋଭ ଫରେଷ୍ଟ ଅଫ୍‌ ଦି ଭିତରକନିକା କଞ୍ଜରଭେଶନ ଏରିଆ, ଜିଓ ସ୍ପାଇଟାଲ ଆନାଲିସସ୍‌ ଅ୍‌ଫ କୋଷ୍ଟାଲ ଏନଭାଇରମେଣ୍ଟ ଆଦି ବହୁ ତଥ୍ୟ ଆଧାରକୁ ସେମାନେ ନିରୀକ୍ଷଣ କରିଛନ୍ତି। ସେମାନଙ୍କ ରିପୋର୍ଟ ଅନୁଯାୟୀ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ହେନ୍ତାଳବଣର ସୁରକ୍ଷା ଏବେ ଜରୁରୀ ହୋଇପଡିଛି। ସାମୁଦ୍ରିକ ତଟକ୍ଷୟ ବିରଳ ଅଲିଭ ରିଡ୍‌ଲେଙ୍କ ପ୍ରଜନନସ୍ଥଳ ଗହୀରମଥାକୁ କବଳିତ କରିଛି। ଆଗାମୀ କିଛିବର୍ଷ ମଧ୍ୟରେ ପ୍ରଜନନ ପାଇଁ ଏଠାରେ ସ୍ଥାନ ମିଳିବ ନାହିଁ। ସେହିପରି ଭିତରକନିକା ସଂରକ୍ଷିତ ଅଞ୍ଚଳ କୁହାଯାଉଥିବା ବେଳେ ଏଠାରେ ୪୧୦ ଗ୍ରାମ ରହିଥିବା ବନ ବିଭାଗ ଦର୍ଶାଇଛି। ଜୀବନ ଜୀବିକା ପାଇଁ ହେନ୍ତାଳବଣ ନଷ୍ଟ ହେଉଛି। ଏଥିସହ ଏହି ଆର୍ଦ୍ର ଅଞ୍ଚଳକୁ ଆବଶ୍ୟକ ମୁତାବକ ମଧୁର ଜଳର ଅଭାବ ଅଛି। ଏହାର ସୁରକ୍ଷା ପାଇଁ ଭିତରକନିକା ଇକୋ ସେନ୍‌ସେଟିଭ ଜୋନ୍‌ ୨୦୧୫ ମସିହାରୁ ଘୋଷଣା ହୋଇଛି। ଜୋନ୍‌ ଅଞ୍ଚଳରେ ସଚେତନତା ଓ କେତେକ କାର୍ଯ୍ୟକ୍ରମ ନ ଥିବାରୁ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତାରୁ ବଞ୍ଚତ୍ତ କରାଯାଉଥିବା ବୈଠକର ରିପୋର୍ଟରୁ ଜଣାଯାଇଥିବା ପରିବେଶବିତ ଓ ସାମାଜିକ କର୍ମୀମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଭିତରକନିକାକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ କଟକଣା ଜାରି ହୋଇଛି। ନିଷିଦ୍ଧାଞ୍ଚଳରେ ପ୍ରବେଶ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ସେହିପରି ଚିଙ୍ଗୁଡ଼ି ଘେରି ଉଚ୍ଛେଦ, ଅନୁପ୍ରବେଶକୁ ରୋକିବା, ହେନ୍ତାଳ ଚାରା ହ୍ୟାଚେରି ଆଦି କାର୍ଯ୍ୟକ୍ରମକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri