Advertisement

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର,୨୪।୧(ଡି.ଏନ୍‌.ଏ.) : କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା। ତେବେ ଏହା ଆଜି ସକାଳେ ଖୋଲିଛି। ପ୍ରଥମେ ଭିତରକନିକାକୁ ପ୍ରବେଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଉଦ୍ୟାନ ଖୋଲିଥିଲେ ମଧ୍ୟ ପ୍ରବେଶ ସମୟରେ କୋଭିଡ୍‌ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭୀର ଗଣନା ପାଇଁ ରାଜନଗର, ମହାକାଳପଡ଼ା, କନିକା, ଗହିରମଥା ରେଞ୍ଜ୍‌ରେ ୨୨ ଟି ଟିମ୍‌ କରାଯାଇଥିଲା। ବୋଟ ଯୋଗୁ ଗଣନା କାର୍ଯ୍ୟରେ ବାଧା ଉପୁଜିଥିବାରୁ ବନ ବିଭାଗ ପର୍ଯ୍ୟଟକଙ୍କ ପାଇଁ ନିଷେଧ ଜାରି ରଖିଥିଲେ।

୫୦୦ ଭିତରେ ପର୍ଯ୍ୟଟକ ଭିତରକନିକାକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ମାସ୍କ ପିନ୍ଧିବା, ହାତସାନିଟାଇଜ୍‌ କରିବା ସହ ଗହଳି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share