ବିଶ୍ୱସ୍ତରର ହେବ ଭିତରକନିକା: କେନ୍ଦ୍ର ମନ୍ତ୍ରୀ ଦେଲେ ସଂକେତ

କେନ୍ଦ୍ରାପଡ଼ା ଅଫିସ/ରାଜନଗର/ପଟ୍ଟାମୁଣ୍ଡାଇ,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର ନଦୀଭିତ୍ତିକ ବନ୍ଦର ଓ ଉପକୂଳ ରାଜପଥକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଶିଳ୍ପବିହୀନ ଜିଲାରୁ କେନ୍ଦ୍ରାପଡ଼ା ନାମ ହଟିବ। ପର୍ଯ୍ୟଟନ କ୍ଷେତ୍ରର ଉନ୍ନତୀକରଣ କରାଯାଇ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱସ୍ତରର ହେବ ବୋଲି ରବିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଦୁଇଦିନିଆ କେନ୍ଦ୍ରାପଡ଼ା ଜିଲା ଗସ୍ତ ରବିବାର ଶେଷ ହୋଇଛି। ଜାତୀୟ ଉଦ୍ୟାନ ଭିତରକନିକା ଇକୋରିଟ୍ରିଟ ସ୍ଥଳରେ ଶନିବାର ରାତ୍ରିଯାପନ କରି ଅପରାହ୍ନରେ ଇଚ୍ଛାପୁର ସ୍ଥିତ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଥିଲେ। ପୂର୍ବରୁ ଜଜାଙ୍ଗସ୍ଥିତ ସର୍କିଟ ହାଉସଠାରେ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ଟିକାକରଣ ସମ୍ପର୍କରେ ସିଡିଏମ୍‌ଓ ଡା. ଅନୀତା ପଟ୍ଟନାୟକ, ଡା. କିଶୋର ମିଶ୍ର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଥିଲେ। ଗସ୍ତ ସମ୍ପର୍କରେ ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଦର୍ଶନ କରି ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରାଯିବ। ଏନେଇ କେନ୍ଦ୍ର ପର୍ଯ୍ୟଟନ ଓ ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ନିକଟସ୍ଥ ମହାନଦୀରେ ନଦୀଭିତ୍ତିକ ବନ୍ଦର ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ଦୁଇ ପ୍ରକଳ୍ପ ସହ ରେଳ ଯୋଗାଯୋଗ ହେତୁ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସହ ପର୍ଯ୍ୟଟନ ଶିଳ୍ପରେ ଅର୍ଥନୈତିକ ସୁଧାର ହେବ। ନିକଟରେ ଜିଲା ଦେଇ ନିର୍ମିତ ହରିଦାସପୁର-ପାରାଦୀପ ରେଳପଥରେ ମାଲବାହୀ ସହ ଯାତ୍ରୀବାହୀ ରେଳ ଗଡ଼ିବ। ଏହାକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ସେ କହିଥିଲେ। ସମ୍ମିଳନୀରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ଜିଲା ସଭାପତି କିଶୋର ପଣ୍ଡା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍‌ଷ୍ଟେବଲ ଗୁରୁତର

ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା...

ବିଧାନସଭାରେ ଠେଲାପେଲା: ପୋଲିସ-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର,୨୫।୩: ବିଧାନସଭା ଆଗରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା-ପୋଲିସ। ଭିତରକୁ ଯିବାକୁ ଚାହୁଁଥିବାବେଳେ ପୋଲିସ ରୋକିବାକୁ ନେଇ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ...

ପିଏମ୍‌ ଆଓ୍ବାର୍ଡ ନେଇ କୋରାପୁଟରେ କେନ୍ଦ୍ରୀୟ ଟିମ୍‌, ୪ ବ୍ଲକ୍‌ ପରିଦର୍ଶନ କରି…

କୋରାପୁଟ/ଲକ୍ଷ୍ମୀପୁର,୨୫ା୩(ଅମିତାଭ ବେହେରା/ଅନନ୍ତ ନାୟକ)- କୋରାପୁଟ ଜିଲା ଗସ୍ତରେ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାର ସ୍ଥାନୀୟ ମ୍ୟୁନିସିପାଲିଟି, ବ୍ଲକ, ସେମିଳିଗୁଡ଼ା,ଦଶମନ୍ତପୁର ଓ ଲକ୍ଷ୍ମୀପୁର ଆଦି...

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଟି ଆର୍‌ଆଇ ଦୀପ୍ତିରଞ୍ଜନ

ଅସ୍ତରଙ୍ଗ,୨୫ା୩(ପ୍ରଦୀପ୍ତ କୁମାର ଦୀକ୍ଷିତ)-ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଅସ୍ତରଙ୍ଗ ତହସିଲ୍‌ ଅଧୀନ କେନ୍ଦ୍ରାପଟି ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଦୀପ୍ତିରଞ୍ଜନ ମହାପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଖବର...

ବିଧାନସଭାରେ ଠେଲାପେଲା, ଆହତ ହେଲେ…

ଭୁବନେଶ୍ୱର,୨୫।୩: ବିଧାନସଭାରେ ସୁରକ୍ଷାକର୍ମୀ-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲବିକୁ ଆସୁଥିବାବେଳେ ଗୃହକୁ ପ୍ରବେଶ...

ବିଧାନସଭାରେ ସୁରକ୍ଷାକର୍ମୀ-ବିଧାୟକ ଠେଲାପେଲା, ତାତିଲା କଂଗ୍ରେସ

ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ ଜଣ ସଦସ୍ୟ ଆସନ୍ତା ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଚରମ ବିଶୃଙ୍ଖଳା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ...

ଅଭିଯୁକ୍ତଙ୍କୁ ନେଇ ସିନ୍‌ ରିକ୍ରିଏଶନ କଲା ପୋଲିସ,ବଳାତ୍କାରର ଡେମୋ ଦେଖାଇଲେ…

ସୋରଡା,୨୫ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ଖଜୁରିପଲି ଗ୍ରାମ ନିକଟ କୋଟାମଣି ପାହାଡ ତଳ ଜଙ୍ଗଲରୁ ଗତ ଶନିବାର ନର କଙ୍କାଳ ଓ ଖପୁରି...

ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ

ଗଞ୍ଜାମ, ୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର, କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image