ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ରାଜନଗର, ୧୨।୧ (ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବୁଧବାରଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଭିତରକନିକାର ନଦୀ ନାଳରେ ଥିବା ବଉଳା କୁମ୍ଭୀରଙ୍କ ଗଣନା ପାଇଁ ଗତ ୨ରୁ ୧୧ ତାରିଖ ଯାଏ ବନ୍ଦ ରଖାଯାଇଥିଲା। ଚଳିତବର୍ଷ ଗଣନାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇ ୧୭୮୪ରେ ପହଞ୍ଚତ୍ଛି। ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ନୌବିହାରରେ ପ୍ରକୃତିର ଶୋଭା ଉପଭୋଗ କରିବା ସହ ବିରଳ ବଉଳା କୁମ୍ଭୀର ଖରା ପୋଇଁବାର ଦୃଶ୍ୟ ଉପଭୋଗ କରନ୍ତି। ଏଥିସହ ହଜାର ହଜାର ସଂଖ୍ୟାରେ ବାର୍‌ହା, ହରିଣ ଓ ଦେଶୀ ବିଦେଶୀ ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ।

Share