କେନ୍ଦ୍ରାପଡ଼ା ଅଫିସ,୧ା୮: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ୩ ମାସର ବ୍ୟବଧାନ ପରେ ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

କୋଭିଡ୍‌ ଗାଇଡ୍‌ଲାଇନ ଭିତରେ ପର୍ଯ୍ୟଟକମାନେ ଭିତରକନିକା ବୁଲିପାରିବେ। ରାଜ୍ୟ ସରକାର ଅଗଷ୍ଟରେ ଅନ୍‌ଲକ୍‌ ଘୋଷଣା କରିବା ପରେ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ମାସ୍କ ନ ପିନ୍ଧିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ଭିତରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ରହିଛି।

Share