ଭୋଗରାଇ ମହିଳା ମହାବିଦ୍ୟାଳୟ ଅଶାନ୍ତ

ଭୋଗରାଇ,୩୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜନୈକ ଛାତ୍ରୀଙ୍କୁ ଅସତ ଆଚରଣ କରିଥିବା ଅଭିଯୋଗରେ ବୁଧବାର କଲେଜ ପରିସର ଅଶାନ୍ତ ହୋଇପଡ଼ିଛି l ଅଭିଯୁକ୍ତଙ୍କୁ କଲେଜରୁ ବହିଷ୍କାର, ଛାତ୍ରୀଙ୍କୁ ସୁରକ୍ଷା ଆଦି ଦାବିରେ ଅବିଭାବକ, ଗ୍ରାମବାସୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ସକାଳ ସାଢେ ୭ଟାରୁ ନାରାବାଜି ପ୍ରଦର୍ଶନ କରିଛନ୍ତି l ଏଭଳି ସ୍ଥିତିରେ ସ୍ଥାନୀୟ ଜଣେ ଯୁବବାହିନୀର ଯୁବକ ଓ ଅନ୍ୟଜଣେ କଲେଜ କର୍ମଚାରୀ ପ୍ରତିବାଦକାରୀଙ୍କୁ ମାରଧର ଏବଂ ପୋଷ୍ଟର ଚିରି ଧମକ ଦେଇଥିବା ଅଭିଯୋଗ ହୋଇଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସତର୍କ ଦୃଷ୍ଟି ରଖିଛନ୍ତି।