୫୦ ଲକ୍ଷ ନକଲି ଟଙ୍କା ସହ ଧରାପଡ଼ିଲେ ଏହି ଅଭିନେତା, କରୁଥିଲେ ବାଇକ୍‌ ଚୋରି କାମ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଅନେକ ଲୋକ ବେରୋଜଗାର ହୋଇଥିଲେ। ଏହି କାରଣରୁ ଅନେକ ଚୋରି କାମ ମଧ୍ୟ ଆରମ୍ଭ କରିଥିଲେ। ଏହି ତାଲିକାରେ ଏବେ ଶାମିଲ ହୋଇଯାଇଛି ଜଣେ ଅଭିନେତାଙ୍କ ନାମ। ସେ ହେଲେ ଭୋଜପୁରୀ ଅଭିନେତା ମହମ୍ମଦ ଶାହିଦ। ଆର୍ଥିକ ସମସ୍ୟା ଯୋଗୁ ମହମ୍ମଦ ଜଣେ ପ୍ରଯୋଜକଙ୍କ ସହ ମିଶି ଗାଡ଼ି ଚୋରି କରୁଥିଲେ। ଏବେ ସେ ନକଲି ଟଙ୍କା ଛାପିବା ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଏବଂ ଏକ ଚୋରି ବାଇକ୍‌ ଜବତ କରାଯାଇଛି। ପଚରାଉଚରା ପରେ ଜଣାପଡ଼ିଛି ଯେ, ମହମ୍ମଦ ଭୋଜପୁରୀ ସିନେମାରେ କାମ କରିଛନ୍ତି। ‘ଆହ୍ଲାବାଦ ଟୁ ଇସଲାମବାଦ’ ଫିଲ୍ମରେ ସେ କାମ କରିଥିଲେ। ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ସେ କାମ କରିଛନ୍ତି। ଏଥିସହ ତାଙ୍କର ଏକ ପ୍ରଡକ୍ସନ ହାଉସ୍‌ ମଧ୍ୟ ରହିଛି।

Share