ଗାଁରେ ଘଷି ପାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଭୋଜପୁରୀର ହଟ୍‌ କେକ୍‌ କୁହାଯାଉଥିବା ପ୍ରସିଦ୍ଧ ଅଭିନେତ୍ରୀ ଅଞ୍ଜନା ସିଂହ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ୨ଟି ଚୁଟିକରି ସାଲଓ୍ବାର ସୁଟ୍‌ ପିନ୍ଧି ଜଣେ ଗାଉଁଲି ଝିଅ ରୂପରେ ଦେଖିବାକୁ ମିଳୁଛି। ତାଙ୍କ ସମ୍ମୁଖରେ ଗୋବର ଥୁଆ ହୋଇଥିବା ଦେଖିବାକୁ ମିଳୁଛି। ଏହି ଗୋବରରେ ଅଞ୍ଜନା ଘସି ପାରୁଥିବା ଦେଖାଯାଉଛନ୍ତି।
ଫଟୋ ଶେୟାରକରି ଅଞ୍ଜନା କ୍ୟାପଶନରେ ଲେଖିଛନ୍ତି, ଶୁଭ ସକାଳ, ଏବେ ବି କାମ ଚାଲିଛି। ଏହି ଫଟୋ ମୋର ଆଗାମୀ ଫିଲ୍ମ ‘ଜୟ ମା’ ବିଦ୍ୟାଭାସିନି’ର ବୋଲି ସେ ଲେଖିଛନ୍ତି।

Share