ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେଙ୍କ ଆତ୍ମହତ୍ୟା: ହୋଟେଲରୁ ମୃତଦେହ ଉଦ୍ଧାର…

ବାରାଣସୀ,୨୬।୩ : ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେ ଆତ୍ମହତ୍ୟା କରିଛନ୍ତି। ସେ ବାରାଣସୀର ସାରନାଥ ପୋଲିସ ଷ୍ଟେଶନ ପରିସରରେ ଥିବା ସୋମେଣ୍ଟ୍ର ହୋଟେଲରେ ରହୁଥିଲେ। ହୋଟେଲ ରୁମରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

ଭଦୋହି ନିବାସୀ ଆଙ୍କାକ୍ଷା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ଥିଲେ। ସେ ବୀରୋଁ କେ ବୀର, କସାମ ପୈଦା କରେନେ ଓ୍ବାଲେ କି-୨ ପରି ଅନେକ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଥିଲେ। ଏହିପରି ତାଙ୍କର ହଠାତ ଆତ୍ମହତ୍ୟା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କାହିଁକି ଏତେ ବଡ ପଦକ୍ଷେପ ନେଲେ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଆଙ୍କାକ୍ଷା ତାଙ୍କର ଗୋଟିଏ ପ୍ରୋଜେକ୍ଟର ଶୁଟିଂ ପାଇଁ ବାରାଣସୀ ଯାଇଥିଲେ। କ’ଣ ହେଲା ଯେ ସେ ହୋଟେଲକୁ ଯାଇ ତାଙ୍କ ଜୀବନ ଶେଷ କରିବାକୁ ସ୍ଥିର କଲେ। ଏହିପରି ବହୁ ପ୍ରଶ୍ନ ବର୍ତ୍ତମାନ ତାଙ୍କ ପରିବାର ଏବଂ ଘନିଷ୍ଠ ଲୋକଙ୍କ ମନରେ ଉଙ୍କି ମାରୁଛି। ଘଟଣାର ତଦନ୍ତ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି।

୨୦୧୯ରେ ଭୋକପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଙ୍କାକ୍ଷା ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ମେରୀ ଜଙ୍ଗ ମେରା ଫ ଫୈସଲା। ଯଦିଓ ତାଙ୍କର ଭୂମିକା ଛୋଟ ଥିଲା, କିନ୍ତୁ ତାଙ୍କ ଛୋଟ ଭୂମିକାରେ, ଅଙ୍କାକ୍ଷା ପ୍ରମାଣ କରିଥିଲେ ଯେ ସେ ହିରୋଇନ ହେବାକୁ ଯୋଗ୍ୟ। ପ୍ରେମ ଜୀବନ ବିଷୟରେ ତାଙ୍କ ନାମ ସମର ସିଂଙ୍କ ସହ ଯୋଡ଼ା ଯାଇଥିଲା। ୨୦୨୩ ମସିହାରେ, ଭାଲେଣ୍ଟାଇନ୍ସ ଡେ ଅବସରରେ, ଦୁହିଁଙ୍କର ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଥିଲା।

Share