Categories: ଜାତୀୟ

ଭାଇରାଲ ହେଲା ଆକ୍ଟ୍ରେସଙ୍କ ଏମ୍‌ଏମ୍‌ଏସ୍‌

ନୂଆଦିଲ୍ଲୀ,୧୯।୮: ଭୁଲ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି ଭୋଜପୁରୀ ସିନେମା। ନିକଟରେ ଭୋଜପୁରୀ ଅଭିନେତ୍ରୀ ତ୍ରୀଷା କର ମଧୁଙ୍କ ଏମ୍‌ଏମ୍‌ଏସ୍‌ ଭାଇରାଲ ହୋଇଥିଲା। ଏବେ ଆଉ ଜଣେ ଭୋଜପୁରୀ ଆକ୍ଟ୍ରେସ ପ୍ରିୟଙ୍କା ପଣ୍ଡିତଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ ହୋଇଛି।

କିଛି ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କାଙ୍କ ଭିଡିଓଟି ଖୁବ୍‌ ପୁରୁଣା। ତ୍ରୀଷାଙ୍କ ଏମ୍‌ଏମ୍‌ଏସ୍‌ ବିବାଦ ପରେ ଏହା ପୁଣି ଥରେ ସାମ୍ନାକୁ ଆସିଛି। ତେବେ ଏଭଳି ଭିଡିଓ ଶେୟାର କରି ତାଙ୍କୁ କେହି ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିନେତ୍ରୀ ଜଣଙ୍କ କହିଛନ୍ତି। କେବଳ ଏତିକି ନୁହେଁ, ଭିଡିଓକୁ ଏଡିଟ୍‌ କରାଯାଇଛି। ଭାଇରାଲ ଭିଡିଓରେ ଦେଖା ଯାଉଥିବା ମହିଳା ଜଣଙ୍କ ମୁଁ ନୁହେଁ ବୋଲି ଅଭିନେତ୍ରୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏମ୍‌ଏମ୍‌ଏସ୍‌ ଲିଙ୍କ୍‌କୁ ସୋସିଆଲ ମିଡିଆରୁ ହଟାଇ ଦେଇଛି।

ଉଲ୍ଲେଖଯୋଗ୍ୟ, ୨୦୧୩ରେ ଫିଲ୍ମ ‘ଜୀନା ତେରେ ଗଲି ମେ’ ଜରିଆରେ ପଦାର୍ପଣ କରିଥିବା ପ୍ରିୟଙ୍କାଙ୍କ ଏପର୍ଯ୍ୟନ୍ତ ପ୍ରାୟ ୧୦ଟି ଭୋଜପୁରୀ ଫିଲ୍ମରେ କାମ କରିସାରିଛନ୍ତି।

Share