ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅକ୍ଷରାଙ୍କ ଜବରଦସ୍ତ ଭିଡିଓ

ମୁମ୍ବାଇ: ଭୋଜପୁରୀ ଆକ୍ଟ୍ରେସ୍ ଅକ୍ଷରା ସିଂହ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଭିନ୍ନ ଷ୍ଟାଇଲକୁ ନେଇ । ଭୋଜପୁରୀ ଫିଲ୍ମରେ ତାଙ୍କର ଅରିଜିନାଲ ଭୋଜପୁରୀ ଡାଇଲଗ ଲୋକଙ୍କୁ ବାନ୍ଧି ରଖିବାରେ ବେଶ୍ ସହାୟକ ହୋଇଥାଏ । ଏହି କ୍ରମରେ ସେ ତାଙ୍କର ଏକ ଜବରଦସ୍ତ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଶେୟାର କରଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଏକ ହଳଦିଆ କୁର୍ତ୍ତା ସାଙ୍ଗକୁ ଧଳା ସାଲୱାରରେ ନଜର ଆସିଛନ୍ତି । ଭୋଜପୁରୀ ସିନେମାର କୁଇନ୍ କୁହାଯାଉଥିବା ଅକ୍ଷରା ଏଥର ପୁଣିଥରେ ପ୍ରମାଣ କରିଛନ୍ତି ଯେ ତାଙ୍କୁ ଦର୍ଶକେ କାହିଁକି ଏତେ ପସନ୍ଦ କରୁଛନ୍ତି । ଭିଡିଓ ଆରମ୍ଭରୁ ଅକ୍ଷରା ଶାନ୍ତ ଭାବେ ବସିଥିବା ଦେଖାଯାଉଛି । ହେଲେ ଏହାପରେ ତାଙ୍କୁ ଜଣେ ପ୍ରଶ୍ନ କରୁଛନ୍ତି ଆପଣଙ୍କ ଭୋଜପୁରୀ ଆକ୍ଟିଂ ବହୁତ ସେକ୍ସି । ସେଉଠୁ କ’ଣ ହେଲା । ଏହାପରେ ତ ଅକ୍ଷରା ତାଙ୍କ ଆକ୍ଟିଂ ଦେଖାଇ ଚାଲିଛନ୍ତି । କିଛି ଘଣ୍ଟା ପୂର୍ବରୁ ଏହା ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ବେଳେ ଏହାକୁ ଏପର୍ଯ୍ୟନ୍ତ ୧.୫ ଲକ୍ଷ ଲୋକ ଦେଖି ସାରିଲେଣି । ଆଉ ଅକ୍ଷରାଙ୍କ ପାଇଁ କମେଣ୍ଟ ବକ୍ସରେ ଖାଲି ଫାୟାର ଓ ହାର୍ଟ ଇମୋଜି ଗଦା ହୋଇଯାଇଛି ।

Share