ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ଏହି ଅଭିନେତା

ଭୋଜପୁରୀ ଅଭିନେତା ତଥା ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ନିକଟରେ ବାପା ହୋଇଛନ୍ତି। ମନୋଜ ‘ଦରୋଗା ବାବୁ ଆଇ ଲଭ୍‌ ୟୁ’, ‘ଧରତି କହେ ପୁକାର ଦେ’ ଆଦି ସୁପରହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ରାଜନୀତିରେ ସକ୍ରିୟ ମନୋଜ ନିଜର ଭିନ୍ନ ଅନ୍ଦାଜ ପାଇଁ ଲୋକଙ୍କ ନିକଟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜୀବନରେ ଅନେକ ସଂଘର୍ଷ ମଧ୍ୟ କରିଛନ୍ତି। ଆପ୍‌ କି ଅଦାଲତରେ ମନୋଜ ଏହି କଥା କହିଥିଲେ। ସେ କହିଥିଲେ ଯେ, ଦୀର୍ଘ ୬ ବର୍ଷ ପର୍ଯ୍ୟନ୍ତ ମୁଁ ବେଶ୍‌ ସଂଘର୍ଷ କରିଥିଲି। ମୁଁ ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲି। ମାତ୍ର ଏଥିରେ ସଫଳ ନ ହେବାକୁ ଶେଷରେ ଅଭିନେତା ହେଲି ବୋଲି ସେ କହିଥିଲେ। କିଛି ଦିନ ପର୍ଯ୍ୟନ୍ତ ସେ କ୍ରିକେଟ ମଧ୍ୟ ଖେଳିଥିଲେ। କ୍ରିକେଟ ଖେଳିବା ପାଇଁ ତାଙ୍କୁ ଅର୍ଥ ମିଳୁଥିଲା। ରାଜସ୍ଥାନରେ ସିଏବି ଲିଗ୍‌ ସେ ଖେଳିଥିଲେ ବୋଲି କହିଥିଲେ।

Share