ଦ୍ୱିତୀୟ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବେ ପଓ୍ବନ

ଭୋଜପୁରୀ ଇଣ୍ଡଷ୍ଟ୍ରିର ପାୱାର ଷ୍ଟାର କୁହାଯାଉଥିବା ପୱନ ସିଂ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଜ୍ୟୋତିଙ୍କଠାରୁ ଛାଡପତ୍ର ମାଗିଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜ୍ୟୋତି ସିଂ ଆଜି ଆରା ଫ୍ୟାମିଲି କୋର୍ଟରେ ପହଞ୍ଚି କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣ ଦାବି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୬ରେ ହେବ। ଜ୍ୟୋତି ଅଭିଯୋଗ କରିଛନ୍ତି, ବିବାହ ପରେ ପୱନ ନିର୍ଯାତନା ଦେଉଥିଲେ। ମାଡ ମାରିବା ସହ ଦୁର୍ବ୍ୟବହାର କରୁଥିଲେ। ପୱନ ମୋର ଦୁଇଟି ଗର୍ଭପାତ କରାଇଛନ୍ତି।
ପୱନ ସିଂ ଦ୍ୱିତୀୟ ଥର ପାଇଁ ୨୦୧୮ରେ ସେ ୟୁପିର ବାଲିଆ ନିବାସୀ ଜ୍ୟୋତିଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

Share