ପ୍ରଥମ ଦିନରେ ଏତିକି କୋଟି ରୋଜଗାର କଲା ଅଜୟ ଦେବଗନଙ୍କ ଫିଲ୍ମ

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ଶେଷ ରିଲିଜ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ପୁଣିଥରେ ଅଜୟ ଆକ୍ସନ-ଥ୍ରୀଲର ଫିଲ୍ମ ‘ଭୋଳା’ ସହିତ ରାମ ନବମୀ ଅବସରରେ ପ୍ରେକ୍ଷାଳୟକୁ ଫେରିଛନ୍ତି। ଏହି ଫିଲ୍ମକୁ ଅଜୟ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଦର୍ଶକ ଫିଲ୍ମକୁ ବହୁତ ପ୍ରଶଂସା କରୁଥିବା ଜଣାପଡିଛି। ତେବେ ଗୁରୁବାର ରିଲିଜ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରେ ୧୧.୫୦ କୋଟି ଟଙ୍କା ରୋଜଗାର କରିଛି। ହେଲେ ଏହା ‘ଦୃଶ୍ୟମ-୨’ ର ପ୍ରାରମ୍ଭିକ ସଂଗ୍ରହଠାରୁ କମ୍‌ ଅଟେ।‘ଦୃଶ୍ୟମ-୨’ ରିଲିଜ ହେବାର ପ୍ରଥମ ଦିନରେ ୧୫.୩୮ କୋଟି ଟଙ୍କା ସଂଗ୍ରହ କରିଥିଲା । ତେବେ ସପ୍ତାହକ ମଧ୍ୟରେ ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି।

 

Share