ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୋଳା’ ଗୁରୁବାର ରିଲିଜ ହୋଇଥିବା ବେଳେ ଏବେ ନିର୍ମତାଙ୍କୁ ଝଟକା ଲାଗିଛି। ଫିଲ୍ମଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍ଲାଇନରେ ଲିକ୍ ହୋଇଛି। ଦୀର୍ଘ ଦିନ ଧରି ବି-ଟାଉନରେ ଏହି ସମସ୍ୟା ଦେଖାଯାଉଥିବା ବେଳେ ଚଳଚ୍ଚିତ୍ର ନିର୍ମାତାମାନେ ଏହାର ଦୃଢ ସମାଧାନ ଖୋଜିବାରେ ବିଫଳ ହେଉଛନ୍ତି। ‘ୟୁ ମୈ ଅର ହମ’, ‘ଶିବୟ’ ଏବଂ ’ରନୱେ ୨୪’ ପରେ ଅଜୟ ଦେବଗନଙ୍କ ଚତୁର୍ଥ ନିର୍ଦ୍ଦେଶକ ଚଳଚ୍ଚିତ୍ର ‘ଭୋଳା’ ରିଲିଜ ହେବାର କିଛି ଘଣ୍ଟା ପରେ ଅନଲାଇନରେ ଲିକ୍ ହୋଇ ଅଭିନେତାମାନଙ୍କୁ ଏକ ବଡ଼ ଧକ୍କା ଦେଇଛି। ଅଜୟ ଦେବଗନଙ୍କ ବ୍ୟତୀତ ତବୁ, ଦୀପକ ଡୋବିରିୟାଲ, ଅମାଲା ପାଲ ଏବଂ ସଞ୍ଜୟ ମିଶ୍ରଙ୍କ ଭଳି ବଡ ବଡ ଷ୍ଟାରକାଷ୍ଟ ଫିଲ୍ମରେ ଅଛନ୍ତି। ତାମିଲ୍ରୋକର୍ସ, ମୋଭିରୁଲଜ ଏବଂ ଟେଲିଗ୍ରାମ ପରି ସାଇଟରେ ସମ୍ପୂର୍ଣ୍ଣ ଏଚ୍ଡିରେ ‘ଭୋଳା’ଉପଲବ୍ଧ। ଏପରି ପରିସ୍ଥିତିରେ ନିର୍ମାତାଙ୍କୁ ବହୁ କ୍ଷତି ସହିବାକୁ ପଡିପାରେ।