ବମ୍ବେ: ପୂର୍ବତନ ପ୍ରେମିକାଙ୍କ ସହ ରୋମାନ୍ସ କରିବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ। ଆସନ୍ତା ବର୍ଷ ଦୀପାବଳିରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଭୁଲ ଭୁଲୈୟା ୩’ରେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ସାରା ଅଲି ଖାଁ। ଉଭୟ ଖୁବ୍ଶୀଘ୍ର ଏହାର ଶୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
ରିପୋର୍ଟ ମୁତାବକ, ଭୂଷଣ କୁମାର ଏବଂ ଅନୀସ ବାଜମୀ ‘ଭୁଲ ଭୁଲୈୟା ୩’ର କାଷ୍ଟିଂ ଆରମ୍ଭ କରିଛନ୍ତି। କିଆରା ଆଡଭାଣୀ ନୁହନ୍ତି ବରଂ କାର୍ତ୍ତିକଙ୍କ ସହ ସାରାଙ୍କୁ ନାୟିକା କରିବା ଲାଗି ସେମାନେ ଇଚ୍ଛୁକ। ଏଣୁ ଫେବୃୟାରୀରୁ ଏହାର ଶୁଟିଂ ଆରମ୍ଭ କରିବା ଲାଗି ନିର୍ମାତାମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି।
କାର୍ତ୍ତିକ ଏବଂ ସାରା କିଛି ଦିନ ଧରି ଡେଟ୍ କରିବା ପରେ ବ୍ରେକଅପ୍ କରିଥିଲେ। ଏବେ ଦୁହେଁ ଭଲ ବନ୍ଧୁ ବୋଲି କହୁଛନ୍ତି। ପୁରୁଣା ଦିନକୁ ପଛରେ ପକାଇ ଫିଲ୍ମଲାଗି ଏକାଠି ହେବାକୁ ସେମାନେ ସହମତି ପ୍ରକାଶ କରିଛନ୍ତି। ତେବେ ଏନେଇ ଜଣାପଡ଼ିବା ପରେ ପ୍ରଶଂସକମାନଙ୍କ ଉତ୍କଣ୍ଠା ବଢ଼ିଛି।