ରିଲିଜ ହେଲା ‘ଭୁଲ ଭୁଲୈୟା ୨’ର ଧମାକାଦାର ଟିଜର

ମୁମ୍ବାଇ: ରିଲିଜ୍ ହୋଇଛି ‘ଭୁଲ ଭୁଲୈୟା ୨’ର ଧମାକାଦାର ଟିଜର । ଏହାକୁ ଏକ ରୋମାଞ୍ଚକର ଢଙ୍ଗରେ ଉପସ୍ଥାପନ କରାଯାଇଛି । ଏହି ଟିଜରରେ ଦେଖିବାକୁ ମଳିଛି ଏକ ଅନ୍ଧାରୁଆ କୋଠା ଭିତରୁ ଏକ ଛାଇ । ଆଉ ଶୁଭଛି ଏକ ସ୍ୱର ଯାହା ପୂର୍ବରୁ ଶୁଣାଯାଇଥିଲା । ତେବେ ଏହି ସ୍ୱର ଆଉ କାହାର ନୁହେଁ ଏହା ହେଉଛି ‘ମଞ୍ଜୁଳିକା’ର । ଏଥିରେ ମଞ୍ଜୁଳିକା ସ୍ୱରରେ ସେହି ପୁରୁଣା ଗୀତ ଶୁଣିବାକୁ ମିଳୁଛି ‘ଆମା ଛେ ତୋମାର’ । ଏହି ଶବ୍ଦ ଶୁଣିବା ପରେ ମନକୁ ଆସିଯାଉଛି ଅଭିନେତ୍ରୀ ବିଦ୍ୟା ବଲାନଙ୍କ ଫିଗର । ସେହିପରି ଏହି କୋଠା ଭିତରେ ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ପୁରୁଣା କବାଟ ପଛପଟୁ ଖୁବଜୋରରେ ଠକ୍‌ଠକ୍ ଶବ୍ଦ ଶୁଭୁଛି । ଏବେ ଦେଖିବାର ଅଛି ସେ ସେହି ମଞ୍ଜୁଳିକା ନା ନାହିଁ । ଏହାପରେ ଫିଲ୍ମର ମୁଖ୍ୟ ଚରିତ୍ରର ଏଣ୍ଟ୍ରି ହେଉଛି । ସୂଚନାଯୋଗ୍ୟ, ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୁଲ ଭୁଲୈୟା’ ଫ୍ରାଞ୍ଚାଇଜର ହେଉଛି ‘ଭୁଲ ଭୁଲୈୟା ୨’ । ଏଥିରେ କାର୍ତ୍ତିକ ଆର୍ଯ୍ୟନ ତାନ୍ତ୍ରିକ ବାବ ହୋଇ ଭୁତ ଛଡାଉଥିବା ଦେଖାଯିବ । ଟିଜରରେ ମଞ୍ଜୁଳିକାର ପାଦ ଶବ୍ଦ, ଛନ ଛନ ଘୁଙ୍ଗୁର ବଡ ବିପଦର ସଙ୍କେତ ଦେଉଛି । କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଏହି ଫିଲ୍ମ ‘ଭୁଲ ଭୁଲୈୟା ୨ ‘ ମେ’ ୨୦ରେ ରିଲିଜ୍ ହେବାକୁ ଯାଉଛି । କାର୍ତ୍ତିକଙ୍କ ସହ ପ୍ରଥମ ଥର ଏହ ଫିଲ୍ମରେ ସ୍କ୍ରିନ୍ ଶେୟାର କରୁଛନ୍ତି କିଆରା ଆଡଭାନୀ ।

Share