Categories: ଜାତୀୟ

ଅହମଦାବାଦ-ସୁରଟ ମେଟ୍ରୋ ପ୍ରୋଜେକ୍ଟର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୮ ।୧: ଗୁଜରାଟର ସୁରଟ ଓ ଅହମଦାବାଦ ସହର ପାଇଁ ସୋମବାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅର୍ଥାତ୍ ୧୮ ଜାନୁୟାରୀରେ ଭିଡିଓ କନଫରେନ୍ସିଂ ଜରିଆରେ ଅହମଦାବାଦ ମେଟ୍ରୋ ରେଲ ପରିଯୋଜନାର ଦ୍ୱିତୀୟ ଭାଗ ଓ ସୁରଟ ମେଟ୍ରୋ ରେଳ ପରିଯୋଜନାର ଭୂମି ପୂଜା କରିଛନ୍ତି । ମୋଦି କହିଛନ୍ତି ଗୁଜରାଟର ଦୁଇ ବ୍ୟବସାୟ କେନ୍ଦ୍ର ଅହମଦାବାଦ ଓ ସୁରଟକୁ ମେଟ୍ରୋ ସେବା ଆହୁରି ମଜଭୁତ କରିବ । ଏହି ଅବସରରେ କେନ୍ଦ୍ରୀୟ ଆବାସ ଓ ସହରୀ ବିକାଶ ମନ୍ତ୍ରୀ ହରଦିପ ସିଂ ସୁରି କହିଛନ୍ତି ଅହମଦାବାଦ ମେଟ୍ରୋ ଫେଜ-୧ର କାର୍ଯ୍ୟ ଜୋସୋରରେ ଚାଲିଛି ଜୁନ ୨୦୨୨ ସୁଦ୍ଧା ଯେତେବେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ସେତେବେଳେ ଏହି କାର୍ଯ୍ୟ ଶେଷ ହୋଇଯିବ । ମୋଦି କହିଛନ୍ତି ଦେଶର ଦୁଇଟି ବ୍ୟବସାୟ ସହର ଅହମଦାବାଦ ଓ ସୁରଟକୁ ମେଟ୍ରୋ କନେକଟିଭିଟି ଆହୁରି ମଜଭୁତ କରିବ ।

Share