Categories: ଜାତୀୟ

ହୋଟେଲରେ ନାବାଳିକାଙ୍କୁ ନିଶା ଦେଇ ବଳାତ୍କାର

ଭୋପାଳ,୧୮।୧୨: ଭୋପାଳର ଆନନ୍ଦନଗରରେ ଥିବା ଏକ ହୋଟେଲରେ ଜଣେ ୧୬ ବର୍ଷୀୟା ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଜଣାଇଲେ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଅଭିଯୁକ୍ତ ଜଣକ ଧମକ ଦେଇଥିଲେ। ୪ ମାସର ନୀରବ ପରେ ପୀଡ଼ିତା ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ଐଶବାଗ ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଆଇପିସିର ବିଭିନ୍ନ ଧାରା ସମେତ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରିଛି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଐଶବାଗ ଅଞ୍ଚଳରୁ ବାଳିକାଙ୍କୁ ପଡୋଶୀ ଜଣକ ଅଟୋରେ ଆନନ୍ଦନଗରରେ ଥିବା ଏକ ହୋଟେଲକୁ ନେଇଥିଲେ। ସେଠାରେ ସେ ତାଙ୍କୁ ନିଶା ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

Share