Categories: ଜାତୀୟ

କୃଷକଙ୍କ ପାଇଁ ଋଣ ଛାଡ, ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର: ମଧ୍ୟପ୍ରଦେଶରେ ଖାର୍ଗେଙ୍କ ଘୋଷଣା

ଭୋପାଳ,୨୨।୮: ମଧ୍ୟପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର ନଜର ରହିଛି। ଶାସକ ଭାଜପା ବ୍ୟତୀତ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ସତନାରେ ପହଞ୍ଚିଛନ୍ତି। ସତନାରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ଖାର୍ଗେ ଅନେକ ଘୋଷଣା କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନରେ ଜିତିବା ପରେ କଂଗ୍ରେସ ଜାତିଗତ ଜନଗଣନା କରାଇବ ବୋଲି ଖାର୍ଗେ କହିଛନ୍ତି। ଏହା ବ୍ୟତିତ ଖାର୍ଗେ ଆହୁରି କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ପାଇଁ ଋଣ ଛାଡ କରାଯିବ। ଏଲପିଜି ସିଲିଣ୍ଡର କେବଳ ୫୦୦ ଟଙ୍କାରେ ମିଳିବ ଏବଂ ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦିଆଯିବ।

Share