Categories: ଜାତୀୟ

କିରାଣିଙ୍କୁ ଘରୁ ମିଳିଲା ୮୫ ଲକ୍ଷ ନଗଦ ଟଙ୍କା

ଭୋପାଳ,୩।୮: ମଧ୍ୟପ୍ରଦେଶ ଚିକିତ୍ସା ବିଭାଗରେ କାର୍ଯ୍ୟରତ ଜଣେ କିରାଣିଙ୍କ ଘରେ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି। ଚଢାଉ କରିବାକୁ ଯାଇଥିବା ଅଧିକାରୀମାନେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି।
ସୂଚନାଯୋଗ୍ୟ, ହିରୋ କେଶଓ୍ବାନୀ ଜଣେ କିରାଣି ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରେ ବୁଧବାର ଇଓଡବ୍ଲ୍ୟୁ ପକ୍ଷରୁ ଚଢାଉ କରାଯାଇଛି। ଚାକିରି ଆରମ୍ଭରେ ତାଙ୍କ ଦରମା ମାତ୍ର ୪ ହଜାର ଟଙ୍କା ଥିଲା। ଏବେ ତାହା ୫୦ ହଜାରରେ ପହଞ୍ଚିଛି। ଚଢାଉ ବେଳେ ତାଙ୍କ ଘରୁ ୮୫ ଲକ୍ଷ ନଗଦ ଟଙ୍କା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭୋପାଳରେ ଥିବା ହିରୋଙ୍କ ଘରେ ଏବେ ମଧ୍ୟ ଚଢାଉ ଜାରି ରହିଛି। ଇଓଡବ୍ଲ୍ୟୁ ଟିମ୍‌ ପକ୍ଷରୁ ଚଢାଉ ଦେଖି ହିରୋଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Share