Categories: ଜାତୀୟ

୧୫ ବର୍ଷ ହେବ ଗୋଟିଏ ବି ଦିନ ସ୍କୁଲ ବନ୍ଦ କରିନାହାନ୍ତି ଏହି ବାଳିକା

ଭୋପାଳ,୩।୯: ୧୫ ବର୍ଷ ହେବ ଗୋଟିଏ ବି ଦିନ ସ୍କୁଲ ବନ୍ଦ ନ କରି ରେକର୍ଡ ହାସଲ କରିଛନ୍ତି ଭୋପାଳ ରେ ରହୁଥିବା ଅଦିତି ଭାର୍ଗଭ। ବର୍ଷା କିମ୍ବା ଶୀତ ହେଉ କିମ୍ବା ଖରାପ ସ୍ବାସ୍ଥ୍ୟ ହେଉ, ଆଦିତି ସମସ୍ତ ଅସୁବିଧା ସତ୍ତ୍ୱେ ବିଦ୍ୟାଳୟକୁ ଯାଉଥିଲେ। ସ୍କୁଲ ବସ ମିସ ହୋଇଥିଲେ ମଧ୍ୟ ବିଦ୍ୟାଳୟକୁ ଯିବାକୁ ଇଚ୍ଛା ହେତୁ ଅଦିତିଙ୍କୁ ଅଭିଭାବକ ପଠାଇଥାନ୍ତି। ବିଦ୍ୟାଳୟକୁ ଯିବାର ଏହି ଉତ୍ସାହ ଯୋଗୁ ଅଦିତିଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡରେ ରେକର୍ଡ କରାଯାଇଛି।

ପିଲାଦିନରୁ ଆଦିତ୍ୟ ବିଦ୍ୟାଳୟକୁ ଯିବାକୁ ବହୁତ ଆଗ୍ରହୀ ଥିଲେ। ଏହି କାରଣରୁ ସେ ପ୍ରତିଦିନ ସ୍କୁଲରେ ପହଞ୍ଚିଯାନ୍ତି। ଗତ ୧୫ ବର୍ଷ ହେବ ଏମିତି କୌଣସି ଦିନ ନାହିଁ ସେ ବିଦ୍ୟାଳୟକୁ ଯାଇ ନାହାଁନ୍ତି। ଅଦିତି କାର୍ମେଲ କନଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ। ସେ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ କରିଥିଲେ। ଆବେଦନ ପରେ ଇଣ୍ଡିଆ ବୁକ ଅଫ ରେକର୍ଡସ ଦଳ ସ୍କୁଲ ଯାଇଥିଲେ। ଏହା ପରେ ଅଦିତି ଭାର୍ଗଭଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡରେ ଯୋଡି ହୋଇଯାଇଥିଲା। କେବଳ ଏତିକି ନୁହେଁ ଗଣିତରେ ସେ ଜାତୀୟ ସ୍ତରର ବିଜେତା। କରାଟେରେ ମଧ୍ୟ ସେ ବ୍ଲାକ ବେଲ୍ଟ ହାସଲ କରିଛନ୍ତି।

Share