Categories: ଜାତୀୟ

ଭୋପାଳ ସହରର କାଜି କହିଲେ ମହିଳା ପିନ୍ଧନ୍ତୁ ବୁର୍ଖା, ହିଜାବ

ଭୋପାଳ,୧୨ ।୨: କର୍ନାଟକର ଉଡୁପି ସହରରେ ଆରମ୍ଭ ହୋଇଥିବା ହିଜାବ ଏବେ ପ୍ରାୟ ସାରା ଦେଶରେ ପ୍ରସାର ହୋଇଗଲାଣି । ଏବେ ମୁସଲମାନ ମହିଳାଙ୍କ ହିଜାବକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଏବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର କାଜି ସୈୟଦ ମୁସ୍ତାକ ଅଲି ନଦବି ମୁସଲମାନ ମହିଳାଙ୍କୁ ବୁର୍ଖା ଓ ହିଜାବ ପିନ୍ଧିବାକୁ ଅପିଲ କରିଛନ୍ତି । ଜୁମେ ନମାଜ ପାଇଁ ଆସିଥିବା ଲୋକଙ୍କୁ ସେ କହିଛନ୍ତିି ଆପଣମାନଙ୍କ ପତ୍ନୀ ଓ ଝିଅଙ୍କୁ ହିଜାବ ପିନ୍ଧିବାକୁ କୁହନ୍ତୁ । କାରଣ ୧୪୫୦ ବର୍ଷ ପୂର୍ବେ ପରଦା ମଦିନାରେ ନାଜିର ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସିଛି । ଏଥିରେ ମହିଳାଙ୍କ ସମ୍ମାନ ବଜାୟ ରହିଥାଏ ବୋଲି ସେ କହିଛନ୍ତି ।

Share