Posted inଜାତୀୟ

ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ୩୬ ବର୍ଷ ପରେ ବି ମିଳିନି ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୬ ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ରୁ ଟାଙ୍କିରୁ ନିର୍ଗତ ହୋଇଥିଲା ବିଷାକ୍ତ ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌। ଏହାର ପ୍ରଭାବରେ ୨ ହଜାର ୨ଶହ ୫୯ ଲୋକଙ୍କ ତତ୍‌କ୍ଷଣାତ୍‌ ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ୮୭ ଛୁଇଁଥିଲା ବୋଲି ରାଜ୍ୟ ସରକାର ରିପୋର୍ଟ ଦେଇଥିଲେ। ତେବେ ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ ବୋଲି ବେସରକାରୀ ସୂତ୍ରରୁ କୁହାଯାଇଥିଲା। ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ୫ ଲକ୍ଷ ୫୮ ହଜାର ଶହେ ୨୫ ଜଣ ଲୋକ ଗୁରୁତର ଆହତ ହୋଇଥିବାବେଳେ ୩୮ ହଜାର ୪ ଶହ ୭୮ ଜଣ ଆଶିଂକ ଆହତ ହୋଇଥିଲେ ବୋଲି ରାଜ୍ୟ ସରକାର ୨୦୦୬ରେ ସତ୍ୟପାଠ ଦାଖଲ କରିଥିଲେ। ୩ ହଜାର ୯ ଶହ ଜଣ ଏହାଯୋଗୁ ଦିବ୍ୟାଙ୍ଗ ହୋଇଥିଲେ। ଦୁଇସପ୍ତାହ ମଧ୍ୟରେ ୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଅନ୍ୟ ୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୬୯ରେ ଏଠାରେ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ ସ୍ଥାପିତ ହୋଇଥିଲା। ଗତ ୪୯ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏଠାକାର ଭୂତଳ ଜଳରେ ୧୦ ହଜାର ଟନ୍‌ ମିଶ୍ରିତ କରିସାରିଛି। ପ୍ରଥମେ ଏହାଯୋଗୁ ୧୫ଟି ବସ୍ତି ପ୍ରଭାବିତ ହୋଇଥିବାବେଳେ ପରେ ୩୦ ଏବଂ ଏବେ ୪୨ ବସ୍ତିର ମାଟି ଜହର ପାଲଟିଛି । ଏବେ କମ୍ପାନୀର ବାହ୍ୟ ପରିସରରେ ଟନ୍‌ ଟନ୍‌ ବିଷାକ୍ତ ବର୍ଜ୍ୟବସ୍ତୁ ପଡ଼ି ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାରଖାନାର ସଞ୍ଚାଳକ ଓ୍ବାରେନ୍‌ ଆଣ୍ଡରସନ୍‌ ଭାରତ ଛାଡ଼ି ନିଜ ଦେଶ ଆମେରିକା ଚାଲିଯାଇଥିଲେ। ପୀଡ଼ିତ ତାଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ତେବେ ଭାରତ ସରକାର ଆଣ୍ଡରସନ୍‌ଙ୍କୁ ଭାରତ ଆଣି ପାରି ନ ଥିଲେ। ୨୦୧୪ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗୁଳିରେ ବଳାତ୍କାର ଅଭିଯୁକ୍ତଙ୍କ ମୃତ୍ୟୁ

ମୁମ୍ବାଇ,୨୩ା୯:ମହାରାଷ୍ଟ୍ରର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସୋମବାର ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା...

ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୩ା୯: ମୁତ୍ରନଳୀରେ ସଂକ୍ରମଣ (ୟୁଟିଆଇ), ରକ୍ତ ସଂକ୍ରମଣ, ନିମୋନିଆ, ଟାଇଫଏଡ୍‌ ଭଳି କେତେକ ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଆଉ ଭଲ ହେଉନାହିଁ। ଏହି ରୋଗ ସୃଷ୍ଟି...

ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ

ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ...

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri