Categories: ଜାତୀୟ

ମମତାଙ୍କ ବାସଭବନ ନିକଟରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା

କୋଲକାତା,୭ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାସ୍ଥିତ ହରିଶ ମୁଖାର୍ଜୀ ରୋଡ୍‌ ବାସଭବନ ନିକଟରେ ସୋମବାର ରାତିରେ ଏକ ଗୁଜରାଟୀ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଅଶୋକ ଶାହ(୫୬) ଓ ତାଙ୍କ ସ୍ତ୍ରୀ ରଶ୍ମୀତା ଶାହ(୫୨)। ଉଭୟଙ୍କୁ ଗୁଳିମାଡ଼ ସହ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁର ଅଧୀନରେ ଆସୁଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share