ଗୁରୁଗ୍ରାମ,୩।୧୦: ସମାଜବାଦୀ ପାର୍ଟି (ଏସପି)ର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହିତ ଅଖିଳେଶ ଯାଦବ ଏବଂ ରାମ ଗୋପାଳ ଯାଦବ ଡାକ୍ତରଖାନାରେ ପହଞ୍ଚିଛନ୍ତି।
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚୟୁ)ର ଛାତ୍ର ଆଶୁତୋଷ ସିଂ ତାଙ୍କ କିଡନୀକୁ ମୁଲାୟମ ସିଂଙ୍କୁ ଦାନ କରିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି।
ପ୍ରାୟ ତିନି ବର୍ଷ ଧରି ମୁଲାୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ରହିଛି। ପରୀକ୍ଷା ପାଇଁ ତାଙ୍କୁ ଡାକ୍ତରଖାନାରେ ନିମୟିତ ଭାବେ ଭର୍ତ୍ତି କରାଯାଇଛି। ବେଳେବେଳେ ମାସରେ ଦୁଇଥର ଏବଂ କେବେ କେବେ ଥରେ ସେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିନ୍ତୁ, ଅଗଷ୍ଟ ପରଠାରୁ ତାଙ୍କ ଅବସ୍ଥାରେ କ୍ରମାଗତ ହ୍ରାସ ଘଟିଛି।