ଭୁବନେଶ୍ୱର ୪ନଂ. ମାର୍କେଟ୍‌ ସିଲ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ଭୁବନେଶ୍ୱରର ୪ନଂ. ମାର୍କେଟ୍‌ ସିଲ୍‌। ଗୁରୁବାର ଉକ୍ତ ଅଞ୍ଚଳରୁ କ୍ରମାଗତ ଭାବେ ୭ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାବାଦ୍‌ ଏହାର ଆଖପାଖ ଦୋକାନଗୁଡିକ ମଧ୍ୟ ସିଲ୍‌ କରାଯାଇଛି। ଆଗାମୀ ଆଦେଶ ଆସିବା ଯାଏ ଏହି ନିୟମ ଲାଗୁ ରହିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ୪ ନଂ. ମାଛ ମାର୍କେଟରୁ ମାଛ କିଣିଥିବା ଲୋକଙ୍କୁ ନିଜେ ଘରୋଇ ସଙ୍ଗରୋଧରେ ରହିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି।

Share