ଭୁବନେଶ୍ୱର, ୯।୨: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ନିକଟରେ ଚଳିତ ବର୍ଷର ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେଶନ(ଜେଇଇ) ମେନ୍ର ପ୍ରଥମ ସେସନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଆକାଶ-ବାଇଜୁସ୍ର ଭୁବନେଶ୍ୱର ସେଣ୍ଟରର ୧୭ ଜଣ ଛାତ୍ରୀଛାତ୍ର ୯୯ ପର୍ସେଣ୍ଟାଇଲରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ବିଶେଷକରି ୨୦୨୩ ଶିକ୍ଷାବର୍ଷର ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ନିର୍ଦ୍ଧାରିତ ୨ଟି ଜେଇଇ ପରୀକ୍ଷା ମଧ୍ୟରୁ ଏହା ପ୍ରଥମ ପରୀକ୍ଷା ଥିଲା। ଏପରିକି ଆକାଶ-ବାଇଜୁସ୍ର ଭୁବନେଶ୍ୱର ସେଣ୍ଟରରୁ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା ସର, ଅଲିଭ ସାହୁ, ସଙ୍କେତ ଦାସ, ପ୍ରିୟାଂଶୁ ସାମନ୍ତରାୟ, ପ୍ରତ୍ୟୁଷ କୁମାର ସ୍ବାଇଁ, ଦେବାଶିଷ ପଟ୍ଟନାୟକ, ସ୍ନେହିଲ ସଂଯୋଗ, ସଙ୍କେତ ରାଉତ, ସମସ୍ଥିତା ଘୋଷ, ରୌନକ ମିଶ୍ର, ବରୁଣ ମିଶ୍ର, ପ୍ରାଜ୍ଜ୍ୱଲ ଆଚାର୍ଯ୍ୟ, ସୁପ୍ରଜିତ ସୁମନ, ଶାଶ୍ୱତ ପାଢ଼ୀ, ରିଶିତ ଦତ୍ତ, ଅର୍ମାନ ପ୍ରତୀକ ପଶାୟତ ଏବଂ ତୋୟାଜ କବି ପ୍ରମୁଖ ସମ୍ମାନଜନକ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୯୯ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖିଛନ୍ତି। ଏ ସମ୍ପର୍କରେ ଆକାଶ-ବାଇଜୁସ୍ର ରିଜିଓନାଲ ଡାଇରେକ୍ଟର ଅଜୟ ବାହାଦୁର ସିଂ କହିଛନ୍ତି, ଆମେ ଆମର କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦୃଷ୍ଟାନ୍ତଯୋଗ୍ୟ ସଫଳତା ନିମନ୍ତେ ଅଭିନନ୍ଦନ ଜଣାଉଛୁ।