ଭୁବନେଶ୍ୱର,୧୧।୨(ବ୍ୟୁରୋ): ଏୟାରପୋର୍ଟ କାଉନ୍ସିଲ ଇଣ୍ଟରନ୍ୟାଶନାଲ(ଏସିଆଇ) ଅଧୀନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୨୦୨୧ ପାଇଁ ‘ଯାତ୍ରୀଙ୍କ ସ୍ବର’ ବା ‘ଭଏସ୍ ଅଫ୍ କଷ୍ଟମର’ ମାନ୍ୟତା ମିଳିଛି। ଏହାସହିତ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ସାତୋଟି ବିମାନବନ୍ଦର ଏହି ମାନ୍ୟତା ପାଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୦୨୧ରେ ଏସିଆଇ-ଏଏସ୍କ୍ୟୁ(ବିମାନବନ୍ଦର ସେବା ଗୁଣବତ୍ତା) ସର୍ଭେରେ ଅଂଶଗ୍ରହଣ କରିଥିବା ଚେନ୍ନାଇ, କୋଲକାତା, ଗୋଆ, ପୁଣେ, ଭୁବନେଶ୍ୱର ଏବଂ ଚଣ୍ଡିଗଡ଼ ଆଦି ବିମାନବନ୍ଦର ‘ଭଏସ୍ ଅଫ୍ କଷ୍ଟମର’ ମାନ୍ୟତା ପାଇଁ ମନୋନୀତ ହୋଇଛି।