ଦାୟିତ୍ୱ ନେଲେ ଟୁଇନ୍‌ ସିଟିର ୨ ନବନିଯୁକ୍ତ ଡିସିପି

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ଟୁଇନ୍‌ ସିଟିର ଦୁଇ ନବନିଯୁକ୍ତ ଡିସିପି ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ନେଇଛନ୍ତ। ସେ ବିଦାୟୀ ଡିସିପି ଅନୁପ ସାହୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂହ। ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂହଙ୍କଠାରୁ ଦାୟିତ୍ୱ ନେଇଛନ୍ତି। ଏହାସହ ଦୁଇ ବିଦାୟୀ ଡିସିପିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହାକୁ ପରିଚାଳନା କରିଥିଲେ ଟୁଇନ୍‌ ସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ।

Share