ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ) ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର୍‌ ଆସୋସିଏଶନ ସଭାପତି ପଦ ପାଇଁ ୩ଜଣ ପ୍ରତିଦ୍ୱନ୍ଦିତା କରୁଥିବାବେଳେ, ଦୁଇଜଣଙ୍କୁ ପଛରେ ପକାଇ ଅଶୋକ କୁମାର ପାତ୍ର ବାଜିମାତ୍‌ କରିଛନ୍ତି। ଉପସଭାପତି ଭାବେ କବିନ୍ଦ୍ର କୁମାର ବାରିକ ନିର୍ବାଚିତ ହୋଇଛନ୍ତି।

ସେହିପରି ସମ୍ପାଦକ ଭାବେ ସତ୍ୟ ରଞ୍ଜନ ସେନାପତି, ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ମହାନ୍ତି, ସହ ସମ୍ପାଦକ ରଶ୍ମି ଭୂଷଣ ମୁଖୀ, କୋଷାଧ୍ୟକ୍ଷ ଦୀପ୍ତି ପ୍ରକାଶ ନନ୍ଦ ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ୧୦ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ, ସେମାନଙ୍କ ମଧ୍ୟରୁ ୮ଜଣ ବାଜିମାତ୍‌ କରିଛନ୍ତି।

ସକାଳ ୭ଟା ୩୦ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଏନେଇ ଭୁବନେଶ୍ୱର ବାର୍‌ ଆସୋସିଏଶନଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଆସୋସିଏଶନର ସଦସ୍ୟମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ସନ୍ଧ୍ୟା ୬ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ...

ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜନ ସମସ୍ୟାର ସମାଧାନ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ଚାଷୀ, କ୍ଷେତ-ମଜଦୂର, ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ...

ଭୁବନେଶ୍ୱର ଷ୍ଟେଶନରେ ହାଇ ଆଲର୍ଟ: ଆର୍‌ପିଏଫ୍‌ର ଫ୍ଳାଗ ମାର୍ଚ୍ଚ

ଭୁବନେଶ୍ୱର,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦିଲ୍ଲୀ,...

ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୮।୪: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା...

ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ

ଦେବଗଡ,୨୮ା୪(ଶଶାଙ୍କ ଶେଖର ଝାଙ୍କର):ନିଜକୁ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ମନରେଗା ଯୋଜନାରେ ଅନିୟମିତତା : ଏନଏମଏମଏସରେ ଚଞ୍ଚକତା କରି ଅର୍ଥ ହରିଲୁଟ

ଥୁଆମୂଳ ରାମପୁର,୨୮।୪(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାକୁ ସଫଳ ରୂପାୟନ କରିବା ନିମନ୍ତେ ଗାଁସାଥି ଭାବରେ ଜଣେ ଲୋକଙ୍କୁ ଚୟନ କରାଯାଇଛି। କିନ୍ତୁ ଏହି ଗାଁସାଥିଙ୍କ ଦୌରାତ୍ମ୍ୟ...

୧୦୦ ବିଶୃଙ୍ଖଳିତ ଭିସୁଟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୮।୪(ପ୍ରମୋଦ ବହିଦାର): ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ୧୦୦ ଜଣ ଛାତ୍ରଙ୍କ ହିରୋଧରେ ବିଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ ଶୃଙ୍ଖଳା...

ପାରାଦୀପ ଷ୍ଟକ୍‌ୟାର୍ଡ଼ରେ ଭୟଙ୍କର ଅଗ୍ନିକାଣ୍ଡ

ପାରାଦୀପ,୨୮।୪: ପାରାଦୀପ ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍‌ୟାର୍ଡରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଷ୍ଟକ୍‌ୟାର୍ଡରେ ଥିବା ପ୍ଲାଷ୍ଟିକ କୋଟେଡ ଆଇରନ୍‌ ପାଇପ୍‌ରେ ନିଆଁ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image