ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍‌; ସବୁ କର୍ମଚାରୀଙ୍କ ହେବ ଆର୍‌ଟିପିସିଆର୍‌ ଟେଷ୍ଟ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଭୁବନେଶ୍ୱର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍‌ କରି ଦିଆଯାଇଛି। କୋର୍ଟର ୧୫ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତଦନୁଯାୟୀ ଶୁକ୍ରବାରଠାରୁ ୨୬ ତାରିଖ ପର୍ଯ୍ୟନ୍ତ କୋର୍ଟ ପରିସର ସିଲ୍‌ ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

କରୋନା ସଂକ୍ରମଣ ଲାଗି ଜିଲା କୋର୍ଟ, ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟ ୩ ଦିନ ବନ୍ଦ ରହିବ। ଏଥିସହ କୋର୍ଟ ପରିସରରେ ଥିବା ବାର୍‌ ଆସୋସିଏଶନ୍‌ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ୨୭ ତାରିଖରେ କାମ୍ପ ଖୋଲାଯାଇ ସବୁ କର୍ମଚାରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।

Share