୩୬ ଡିଗ୍ରୀ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,୭ା୪: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଟିପିଛି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୬.୨ ଡିଗ୍ରୀ ରହିଛି। ଫଳରେ ଲୋକେ ତାତିରେ ଆଉଟୁପାଉଟୁ ହେଉଛନ୍ତି।

ସେହିପରି ଗୋପାଳପୁରରେ ତାପମାତ୍ରା ୩୧.୪ ଡିଗ୍ରୀ, ପାରାଦୀପରେ ୩୨.୨ ଡିଗ୍ରୀ, କଟକରେ ୩୦.୪ ଡିଗ୍ରୀ, ବାଲେଶ୍ୱର ୩୨.୪ ଡିଗ୍ରୀ, ଝାରସଗୁଡ଼ାରେ ୩୪.୪ ଡିଗ୍ରୀ, ପୁରୀ ୩୨.୨ ଡିଗ୍ରୀ ଏବଂ ଚାନ୍ଦବାଲିରେ ତାପମାତ୍ରା ୩୪.୭ ଡିଗ୍ରୀ ରହିଛି।

Share