ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀର ଅନେକ ହସ୍ପିଟାଲ କରୋନା ପ୍ରୋଟୋକଲ୍ ପାଳନ କରୁନାହାନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ନୋଟିସ କରଯାଇଛି ବୋଲି ଗୁରୁବାର ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ବୁଧବାର ଏକ ହସ୍ପିଟାଲକୁ ସିଲ୍ କରାଯିବା ପରେ ଗୁରୁବାର ଯାଞ୍ଚ କରାଯାଇଥିଲା। ପ୍ରୋଟୋକଲ୍ ପାଳନ ନେଇ ସ୍ପେଶାଲ ଟିମ୍ ୧୦ଟି ହସ୍ପିଟାଲ ଯାଞ୍ଚ କରିଥିଲେ। କିଛି ହସ୍ପିଟାଲ ଠିକ୍ ଭାବେ ପ୍ରୋଟୋକଲ୍ ପାଳନ କରୁ ନ ଥିବା ଦେଖାଯାଇଛି। ସେମାନଙ୍କୁ ନୋଟିସ୍ କରାଯାଇଛି। ସୁଧୁରିବାକୁ ତାଗିଦ କରାଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହସ୍ପିଟାଲ ପ୍ରୋଟୋକଲ୍ ମାନୁ ନ ଥିବାରୁ କର୍ମଚାରୀ ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି।