ବିଶ୍ୱର ୧୧ ଉତ୍ତମ ବାସୋପଯୋଗୀ ସହର ମଧ୍ୟରେ ଭୁବନେଶ୍ୱର

ଭୁବନେଶ୍ୱର, ୨୫ା୭(ଅନୁରାଧା ମହାରଣା): ବିଶ୍ୱର ଉତ୍ତମ ବାସୋପଯୋଗୀ ୧୧ ସହର ଭିତରେ ଭୁବନେଶ୍ୱର ରହିଛି। ୟୁଏନ୍‌ ହାବିଟାଟ୍‌ ସର୍ଭେରୁ ଏହା ଜଣାପଡିଛି। ଏବେ ଶ୍ରେଷ୍ଠ ସହର ଚୟନ ସହ ର଼୍ୟାଙ୍କିଙ୍ଗ୍‌ ପାଇଁ ପ୍ରକ୍ରିୟା ଚାଲିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହାୟତାରେ ୟୁଏନ୍‌ ହାବିଟାଟ୍‌ର ୨ ଦିନିଆ କର୍ମଶାଳା ବିଏମ୍‌ସି ମୁଖ୍ୟାଳୟଠାରେ ଆରମ୍ଭ ହୋଇଛି। ୟୁଏନ୍‌ ହାବିଟାଟ୍‌ ପକ୍ଷରୁ ସମଗ୍ର ବିଶ୍ୱରେ ୧୧ଟି ସହରକୁ ଉତ୍ତମ ବାସୋପଯୋଗୀ ଭାବେ ଚୟନ କରାଯାଇଥିବାବେଳେ ଏହା ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଥିବା କର୍ମଶାଳାରେ ୟୁଏନ୍‌ ହାବିଟାଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ସମଗ୍ର ଦକ୍ଷିଣ ଏସିଆ ମହାଦେଶରେ ଏକମାତ୍ର ସହର ଭାବେ ଭୁବନେଶ୍ୱରକୁ ୟୁଏନ୍‌ ହାବିଟାଟ୍‌ ପାଇଲଟ ସହର ଭାବେ ଚୟନ କରିଛି। ସରକାରଙ୍କ ପ୍ରତିନିଧି, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ବତନ୍ତ୍ର ଆଗ୍ରହ ଥିବା ଗୋଷ୍ଠୀ ଏବଂ ବ୍ୟବସାୟୀଙ୍କ ସହଯୋଗରେ ଜନକୈନ୍ଦ୍ରିକ ଉନ୍ନତି, ଉନ୍ନୟନ ଏବଂ ଜୀବନ ଧାରଣର ଗୁଣାତ୍ମକ ମାନ ମୂଲ୍ୟାଙ୍କନ ସହ ସେହି ଅନୁସାରେ ଲକ୍ଷ୍ୟ ହାସଲ କରିବାକୁ କେଉଁ ପ୍ରକାର ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହିକ୍ରମରେ ଭୁବନେଶ୍ୱରବାସୀଙ୍କ ଗୁଣାତ୍ମକ ଜୀବନ ଧାରଣର ମାନ ମୂଲ୍ୟାଙ୍କନ ପାଇଁ ସର୍ଭେ କାମ ଆରମ୍ଭ ହୋଇଛି। ଏହାଦ୍ୱାରା ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଭୁବନେଶ୍ୱରର ସ୍ଥାନ କେଉଁଠି, ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଚୟନ ହୋଇଥିବା ସହରଗୁଡ଼ିକ ସମ୍ପର୍କରେ ବିଭିନ୍ନ ସୋପାନରେ ମିଳୁଥିବା ତଥ୍ୟକୁ ଭିତ୍ତିକରି ୟୁଏନ୍‌ ହାବିଟାଟ୍‌ ଚୂଡାନ୍ତ ଖସଡ଼ା ପ୍ରସ୍ତୁତ କରିବା ସହ ସେହି ଅନୁସାରେ କାମ କରିବ। ୯ଟି ପାରାମିଟରକୁ ନେଇ ବିଭିନ୍ନ ଉପାୟରେ ସର୍ଭେ କରାଯାଉଛି। ଏହା ୬ରୁ ୧୨ ମାସ ପର୍ଯ୍ୟନ୍ତ ଚାଲିବ। ଡାଟା ଆନାଲିସିସ୍‌, ଗୋଷ୍ଠୀ ଓ ଆର୍ଥିକ ବିକାଶ, ଜିଆଇଏସ୍‌, ଜନସ୍ବାସ୍ଥ୍ୟ, ଦକ୍ଷତା ଅନୁଧ୍ୟାନ ବା ଷ୍ଟ୍ରାଟେଜିକ୍‌ ପ୍ଲାନିଂ, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, କର୍ମଶାଳା ଏବଂ ଅନ୍‌ଲାଇନ ଓ ପ୍ରତ୍ୟକ୍ଷ ତଥ୍ୟର ଆଦାନ ପ୍ରଦାନ ଆଦି କରାଯିବ। ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସୂଚକାଙ୍କକୁ ନେଇ ଏକ ନୂତନ ଖସଡା ପ୍ରସ୍ତୁତ କରାଯିବ। ଚୂଡାନ୍ତ ଖସଡାକୁ ଭିତ୍ତିକରି ସହରୀ ଗୁଣାତ୍ମକ ଜୀବନ ଧାରଣ ପଦ୍ଧତିର ମାନ ନିର୍ଦ୍ଧାରଣ କରାଯିବ ବୋଲି ୟୁଏନ୍‌ ହାବିଟାଟ୍‌ର ଇନ୍‌କ୍ଲୁସିଭ ସିଟି ପ୍ଲାନିଂ ଏକ୍ସପର୍ଟ ପାରୁଲ ଶର୍ମା ସୂଚନା ଦେଇଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, କମିଶନର ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ମହାସୂପକାର, ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ କୁମାର ସାହୁ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି, ସେନ୍‌ସସ୍‌ ଅପରେଶନ ଓଡ଼ିଶାର ଯୁଗ୍ମ ସଚିବ ହେମନ୍ତ କୁମାର ସିଂ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଶାଶ୍ୱତ କୁମାର ମହାନ୍ତି, ଇକୋନୋମିକ୍‌ ଆଣ୍ଡ୍‌ ଷ୍ଟାଟିଷ୍ଟିକସ୍‌ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଏସ୍‌. ଏମ୍‌. ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ବିଏମ୍‌ସ, ନ୍ୟାଶନାଲ ସାମ୍ପଲ ସର୍ଭେ, ବାଣିଜ୍ୟ ଓ ପରିବହନ, ଓକାକ୍‌, ବିଡିଏ, ଉତ୍କଳ ବିଶ୍ୱବିଦ୍ୟାଳୟ, କିଟ୍‌, ଜାଭିୟର ବିଶ୍ୱବିଦ୍ୟାଳୟ, ୟୁନିସେଫର ପ୍ରାୟ ୪୦ଜଣ ଅଧିକାରୀ ଉପସ୍ଥିତ ଥିଲେ। ଏହି ପାଇଲଟ୍‌ ଷ୍ଟଡିର ନୋଡାଲ ଅଫିସର ତଥା ବିଏମ୍‌ସି ସହକାରୀ କମିଶନର ଏନ୍‌. ଗଣେଶ ବାବୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri