୨୫ ଯାଏ ଭୁବନେଶ୍ୱର ଜୁଡିସିଆଲ କମ୍ପ୍ଲେକ୍ସ ସିଲ୍‌

ଭୁବନେଶ୍ୱର, ୧୮ା୯ (ବ୍ୟୁରୋ)- ଏକ ସପ୍ତାହ ଅର୍ଥାତ୍‌ ୧୯ରୁ ୨୫ ତାରିଖ ଯାଏ ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ସିଲ୍‌ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦକ୍ଷିଣ ପୂର୍ବ ଜୋନ୍‌ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ କରାଯାଇଥିବାବେଳେ ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସ ଅଞ୍ଚଳରେ ବାଉଁଶ ଦ୍ୱାରା ବାରିକେଡ୍‌ ବନ୍ଧାଯାଇ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି। ପୂରୁଣା ଭୁବନେଶ୍ୱର ସ୍ଥିତ ଲୁଇସରୋଡରେ ଥିବା ଏହି ଅଞ୍ଚଳକୁ ଏବେ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବ। ତେବେ ମୁଖ୍ୟତଃ ସିଭିଲ କୋର୍ଟରୁ ପାଖାପାଖି ୨୩ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ ଟିମ୍‌ ଏହି ପଦକ୍ଷେପ ଗ୍ରହଣ କରିଥିବା ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି। କଣ୍ଟେନମେଣ୍ଟ ଜୋନରୁ ଉପଜିଲାପାଳ କାର୍ଯ୍ୟାଳୟ, ତହସିଲ ଓ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ବାଦ ଦିଆଯାଇଥିବା ବିଏମସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି।

Share