Categories: ଖେଳ

ଶ୍ୱଶୁର ଘର ଲୋକଙ୍କ ପୂର୍ବରୁ ଏହି କ୍ରିକେଟରଙ୍କ ଇଣ୍ଟରଭ୍ୟୁ ନେଇଥିଲେ ପ୍ରେମିକା; ଉତ୍ତର କ’ଣ ଦେବେ ଜାଣିପାରି ନ ଥିଲେ…

ନୂଆଦିଲ୍ଲୀ,୬।୮: ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୦୧୨ରେ ଭାରତୀୟ କ୍ରିକେଟ ଟିମ୍‌ରେ ଡେବ୍ୟୁ କରିଥିଲେ। କେବଳ କ୍ରିକେଟରେ ନୁହେଁ ବରଂ ପ୍ରେମର ବଡ଼ ଖେଳାଳି ହେଉଛନ୍ତି ସେ। ଭାରତ ପାଇଁ ଖେଳିବା ପୂର୍ବରୁ ତାଙ୍କ ଲଭ୍‌ଷ୍ଟୋରୀ ଆରମ୍ଭ ହୋଇଯାଇଥିଲା। ୨୦୧୭ରେ ସେ ନୁପୁର ନାଗରଙ୍କୁ ବିବାହ କରିଥିଲେ।

ନୁପୂରଙ୍କୁ ପିଲାଦିନୁ ଜାଣିଥିଲେ ଭୁବନେଶ୍ୱର। ହେଲେ ବିବାହ କରିବା ସେତେଟା ସହଜ ନ ଥିଲା। କାରଣ ଏଥିପାଇଁ ପରିବାରଲୋକେ ପରେ ବରଂ ନୁପୂର ପ୍ରଥମେ ସାକ୍ଷାତକାର ନେଇଥିଲେ। ଏକ ସାକ୍ଷାତକାରରେ ଏହା ଉପରୁ ପରଦା ଉଠାଇଥିଲେ ଭୁବନେଶ୍ୱର। ସେ କହିଥିଲେ, ନୁପୂରଙ୍କୁ ଡେଟ୍‌ କରିବା ସମୟରେ ମୁଁ ଭାରତ ପାଇଁ ଖେଳୁ ନ ଥିଲି। ସେ ମୋତେ ଚାକିରି କ’ଣ କରିବି ପଚାରିଥିଲେ। କ’ଣ ଉତ୍ତରଦେବି ଜାଣିପାରି ନ ଥିଲି। ବାସ୍‌ କ୍ରିକେଟରେ ନିଜର କ୍ୟାରିୟର କରିବି ବୋଲି କହିଥିଲି। ହଁ, କ୍ରିକେଟ ଠିକ୍‌ ଅଛି ବରଂ ଚାକିରି କଣ କରିବ ବୋଲି ସେ ପୁଣି ପଚାରିଥିଲେ। ଏହା ଶୁଣି ତାଙ୍କୁ ରଣଜୀରେ ଖେଳୁଛି। ଏହାପରେ ଭାରତୀୟ ଟିମ୍‌ ପାଇଁ ଖେଳିପାରେ ବୋଲି କହିଥିଲି। ଜବାବରେ ନୁପୂର କହିଥିଲେ ଭାରତୀୟ ଟିମ୍‌ରେ ହୋଇପାରେ ବୋଲି ଆଶ୍ଚର୍ଯ୍ୟ ହୋଇ ଉତ୍ତର ଦେଇଥିଲେ।

ତେବେ ପେସାରେ ସଫ୍ଟଓ୍ବେୟର ଇଞ୍ଜିନିୟର ହେଉଛନ୍ତି ନୁପୂର। ଅପରପକ୍ଷେ କ୍ରିକେଟ ଖେଳୁଥିଲେ ଭୁବନେଶ୍ୱର। ଉଭୟ ଉଭୟଙ୍କୁ ୧୨-୧୩ ବର୍ଷ ବୟସରୁ ଜାଣିଥିଲେ। ଉଭୟଙ୍କ ଘର ପାଖାପାଖି ଥିଲା। ସେ ନିଜର ବୋଲିଂ କଳାକୁ ପ୍ରୟୋଗ କରି ତାଙ୍କ ପାଖକୁ ଚିଠି ଫିଙ୍ଗୁଥିଲେ। ପ୍ରଥମ ୩-୪ ବର୍ଷ

Share