ସରକାରୀ ବାବୁଙ୍କ କୋଠା ଲୋଭ: OWSSB ସହକାରୀ ପ୍ରକଳ୍ପ ପରିଚାଳକଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର,୩୦ା୩: ଭିଜିଲାନ୍ସ ରବିବାର ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (OWSSB), ଭୁବନେଶ୍ୱରର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁଙ୍କୁ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଦେବାଶିଷ ତାଙ୍କ ଆୟରୁ ୧୧୪% ଅଧିକ ରଖିଥିବା ବେଳେ ଏହାକୁ ନେଇ ସନ୍ତୋଷଜନକ ହିସାବ ଦେଇପାରି ନଥିଲେ।

ଭିଜିଲାନ୍ସ ଅଧିକାରୀମାନେ ସାହୁଙ୍କୁ ଗିରଫ କରିବା ପରେ ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଇ ଦେଇଥିଲେ। ଏହି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ଦେବାଶିଷ ଏବଂ ତାଙ୍କ ପତ୍ନୀଙ୍କ ବିରୋଦ୍ଧରେ ମାମଲା ରୁଜୁ କରିଛି।

ଅନୁସନ୍ଧାନ ସମୟରେ ସହାୟକ ପ୍ରକଳ୍ପ ପରିଚାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଏଥିରେ…

ଖୋର୍ଦ୍ଧାର ଜଟଣୀର କଲେଜ ରୋଡରେ ପ୍ରାୟ ୬୩୦୦ ବର୍ଗଫୁଟ ପରିମିତ ଏକ ୨ ମହଲା କୋଠା।

ଖୋର୍ଦ୍ଧାର ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ପ୍ରାୟ ୨୫୦୦ ବର୍ଗଫୁଟ ପରିମିତ ଆଉ ଏକ ୨ ମହଲା କୋଠା।

ଖୋର୍ଦ୍ଧାର ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ୪୮୦୦ ବର୍ଗଫୁଟ ପରିମିତ ତିନି ମହଲା ବିଶିଷ୍ଟ (ନିର୍ମାଣାଧୀନ) କୋଠା।

ଖୋର୍ଦ୍ଧାର ବନଦୁର୍ଗା ମାର୍କେଟ୍ କମ୍ପ୍ଲେକ୍ସ, ଜଟଣୀରେ ମୋଟ ୫୦୦ ବର୍ଗଫୁଟ ଆକାରର ଦୁଇଟି ଦୋକାନ।

ଖୋର୍ଦ୍ଧାର ଜଟଣୀରେ ୨ ନମ୍ବର ମହଙ୍ଗା ପ୍ଲଟ୍।

ନଗଦ ୧,୫୭,୦୨୦ ଟଙ୍କା।

ସୁନା ଅଳଙ୍କାର ୨୦୦ ଗ୍ରାମ।

୫୬.୧୯ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଏବଂ ବୀମା ଜମା।

୧୨.୩୯ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩ଟି ଦୁଇ ଚକିଆ ଯାନ ଏବଂ ଘରୋଇ ସାମଗ୍ରୀ।

ସମ୍ପୂର୍ଣ୍ଣ ସନ୍ଧାନ, ଇନଭେଣ୍ଟରୀ ଏବଂ ଅଧିକ ତଦନ୍ତ ପରେ, ଭୁବନେଶ୍ୱରର OWSSBର ଆୟ, ଖର୍ଚ୍ଚ ଏବଂ ସମ୍ପତ୍ତି ଗଣନା କରାଯାଇଥିଲା ଏବଂ ତାଙ୍କ ପାଖରେ ଆୟାବହିର୍ଭୁତ୍ତ ସମ୍ପତ୍ତି ଥିବା ଜଣାପଡ଼ିଥିଲା ​​ଯାହା ତାଙ୍କ ଜ୍ଞାତ ଆୟ ଉତ୍ସଠାରୁ ୧୧୪% ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri