ଭୁବନେଶ୍ୱର ରେଳ ଷ୍ଟେଶନକୁ ମିଳିଲା ଆଉ ଏକ ସଫଳତା

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନକୁ ଆଉ ଏକ ସଫଳତା ମିଳିଛି। ଦେଶର ଷଷ୍ଠ ‘ଇଟ୍‌ ରାଇଟ୍‌ ଷ୍ଟେଶନ’ ଭାବେ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ପକ୍ଷରୁ ଏହି ମାନ୍ୟତା ଦିଆଯାଇଛି। ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଷ୍ଟେଶନକୁ ଫୋର୍‌ ଷ୍ଟାର ରେଟିଂ ମିଳିଛି।

ସ୍ବଚ୍ଛତା, ନିରାପତ୍ତା ଖାଦ୍ୟ ଆଦି ମାନଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ଷ୍ଟେଶନକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଭୁବନେଶ୍ୱର ରେଳ ଷ୍ଟେଶନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ୍‌ ରେଳବାଇ ଡିଆର୍‌ଏମ୍‌ ରିଙ୍କେଶ ରାୟ ରାଜ୍ୟ ଖାଦ୍ୟ ନିରାପତ୍ତା କମିଶନର ଯାମିନୀ ଷଡ଼ଙ୍ଗୀଙ୍କଠାରୁ ‘ଇଟ୍‌ ରାଇଟ୍‌ ଷ୍ଟେଶନ’ ସାର୍ଟିଫିକେଟ୍‌ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଡିଆର୍‌ଏମ୍‌ ରିଙ୍କେଶ୍‌ କହିଛନ୍ତି, ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି।

Share