Advertisement

Heavy Rainfall: ହଠାତ୍‌ ଅନ୍ଧାର ହୋଇଗଲା ଭୁବନେଶ୍ୱର, ମାଡ଼ି ଆସିଲା ଝଡବର୍ଷା

ଭୁବନେଶ୍ୱର,୧୨।୪: ଅଚାନକ ଅନ୍ଧାର ହୋଇଗଲା ଭୁବନେଶ୍ବର। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଗର୍ଜନ କରୁଛି ମେଘ। ତେବେ ବିଜୁଳି ଘଡଘଡି ସହ ୩ ଘଣ୍ଟା ପାଇଁ ଟ୍ବିନ ସିଟିକୁ ବର୍ଷା ଆଲର୍ଟ କରିଛି ପାଣିପାଗ ବିଭାଗ।

C0055

ତେବେ ଏହାରି ଭିତରେ ସୂଚନା ମିଳିଛି ଭୁବନେଶ୍ୱରରେ ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ୬ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ବାକି ଉତ୍ତର ଉପକୂଳର ୧୭ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ଘଡଘହି ସହିତ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ ସବୁ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ଶନିବାର ଅର୍ଥାତ ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା ଓ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡଘଡି ସହିତ ବର୍ଷା ହୋଇପାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel