ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୫ା୪: ଏପ୍ରିଲ ଆରମ୍ଭରୁ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀରେ ଦିନର ତାପମାତ୍ରା  ୪୩ ଡିଗ୍ରୀ ଟପିଛି। ଯାହାକି ସର୍ବୋଚ୍ଚ ତାପମାତ୍ରା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାପମାତ୍ରା ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।

Share